fbpx

ମାଲାପୁରମରେ ଜଣେ ନିପା ସଂକ୍ରମିତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ଆଲର୍ଟରେ

ଥିରୁଅନନ୍ତପୁରମ: ବେଙ୍ଗାଲୁରୁରୁ କେରଳର ମାଲାପୁରମ ଆସିଥିବା ୨୪ ବର୍ଷୀୟ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ଶରୀରରୁ ସଂଗୃହିତ ସାମ୍ପୁଲ ଟେଷ୍ଟିଂରୁ ସେ ନିପା ଭାଇସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏହା ପରେ ମାଲାପୁରମରେ ପବ୍ଲିକ ପ୍ଲେସରେ ମାସ୍କ ପରିଧାନ ବାଧ୍ୟତାମୂଳକ ହୋଇଛି । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ପୂର୍ବରୁ ନିପା ସଂକ୍ରମଣକୁ କରୋନା ବୋଲି କହିଥିଲେ ।

କିନ୍ତୁ ପରେ ଯୁବକଙ୍କ ନମୁନା ଟେଷ୍ଟିଂ ପାଇଁ ପଠାଯିବା ପରେ ରିପୋର୍ଟରେ ନିପା ଚିହ୍ନଟ ହୋଇଥିବା ସ୍ପଷ୍ଟ କରାଯାଇଥିଲା । ଏହା ପରେ ସମ୍ପୃକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୫ ଜଣଙ୍କୁ ଆସୋଲେସନରେ ରଖାଯାଇଛି । ଲୋକଙ୍କୁ ଗହଳିଠାରୁ ଦୂରେଇ ରହିବାକୁ କୁହାଯିବା ସହ ସ୍କୁଲ, କଲେଜ, ଅଙ୍ଗନୱାଡି, ଥିଏଟରକୁ ସୋମବାର ପାଇଁ ବନ୍ଦ କରିଛନ୍ତି ଜିଲ୍ଲାପାଳ ଭି ଆର ବିନୋଦା ଏଥିସହ ମୁସଲମାନଙ୍କୁ ପ୍ରସେସନ ବନ୍ଦ ରଖିବାକୁ ଅନୁରୋଧ କରିଛନ୍ତି ।

ଏଥିସହ ସଂକ୍ରମଣର ଗମ୍ଭୀରତାକୁ ଦେଖି ଜିଲ୍ଲାର ୫ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏଥିସହ ଲୋକଙ୍କ ପାଇଁ ମାସ୍କ ପରିଧାନକୁ ମାଲାପୁରମରେ ବାଧ୍ୟତାମୂଳକ କରିଛନ୍ତି ଜିଲ୍ଲାପାଳ । ସେପଟେ ମୃତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୫ ଜଣଙ୍କୁ ଆସୋଲେସନରେ ରଖିବା ସହ ସେମାନଙ୍କ ଲକ୍ଷଣ ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ସେମାନଙ୍କ ନମୁନା ମଧ୍ୟ ସଂଗ୍ରହ କରି ପଠାଯାଇଛି । ଏହି ସଂକ୍ରମିତଙ୍କ ମଧ୍ୟରେ ଦୁଇଜଣଙ୍କୁ ସାମାନ୍ୟ ଜ୍ୱର ହେବା ପରେ ସେମାନଙ୍କୁ ମଞ୍ଜେରୀ ମେଡିକାଲ କଲେଜରେ ଭର୍ତ୍ତି କରି ଚିକିତ୍ସା କରାଯିବା ସହ ସେମାନଙ୍କ ଉପରେ ଡାକ୍ତରୀ ଟିମ ତୀକ୍ଷ୍ନ ନଜର ରଖିଛି ।

Get real time updates directly on you device, subscribe now.