fbpx

ପ୍ରକାଶ ପାଇଲା ଜିଲ୍ଲା ପରିଷଦର ଅଧ୍ୟକ୍ଷ ସଂରକ୍ଷଣ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ବିଜ୍ଞପ୍ତି ପ୍ରକାଶ ପାଇଛି । ଚିଠା ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସରକାର । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ୧୦ ଦିନ ଯାଏ ଅଭିଯୋଗ ଗ୍ରହଣ କରାଯିବ । ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ, ପରାମର୍ଶ ଦେବାକୁ ଆହ୍ୱାନ କରାଯାଇଛି । ଲୋକମାନେ ଇ-ମେଲ ଦ୍ୱାରା ମଧ୍ୟ ପରାମର୍ଶ ଦାଖଲ କରିପାରିବେ । ଅଭିଯୋଗ, ପରାମର୍ଶ ମିଳିବା ପରେ ସଂରକ୍ଷଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

୭ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ, ୫ଟି ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ, ୧୦ ଅଧ୍ୟକ୍ଷ ପଦକୁ ଅଣସଂରକ୍ଷିତ ରଖାଯାଇଛି । ୫୦ ପ୍ରତିଶତ ବା ୧୫ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।

ଅଣସଂରକ୍ଷିତ ପଦ- ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟାଗଡ଼, ବରଗଡ଼. ବାଲେଶ୍ବର ଓ ସୋନପୁର ।

ସେହିପରି ମହିଳାଙ୍କ ପାଇଁ ସଂରକ୍ଷିତ- କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡ଼ା, ଢେଙ୍କାନାଳ, ନୂଆପଡ଼ା, ପୁରୀ, ବଲାଙ୍ଗିର, ବୌଦ୍ଧ, ମାଲକାନଗିରି, ଯାଜପୁର, ରାୟଗଡ଼ା ଓ ସମ୍ବଲପୁର ।

ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ – କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼ ।

ଅନୁସୂଚିତ ଜାତି ପାଇଁ ସଂରକ୍ଷିତ – କେନ୍ଦ୍ରାପଡ଼ା, ଜଗତସିଂହପୁର, ବୌଦ୍ଧ, ଭଦ୍ରକ, ଯାଜପୁର ।

Get real time updates directly on you device, subscribe now.