ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଭାରତରେ ଅଧିକ ମାତ୍ରରେ ସେଲିବ୍ରେସନ ହେଉଥିବା ପର୍ବ ମଧ୍ୟରୁ ଦୀପାବଳି ଅନ୍ୟତମ । ଜୀବନର ଅନ୍ଧକାରକୁ ଦୂର କରି ଆଲୋକ ଭରିଥାଏ ଦୀପାବଳି । ଯେତେବେଳେ ରାମ ସୀତା ଏବଂ ଲକ୍ଷ୍ମଙ୍କ ସହିତ 14 ବର୍ଷ ପରେ ଅଯୋଧ୍ୟା ଫେରିଥିଲେ, ସେତେବେଳେ ଦୀପାବଳି ଆରମ୍ଭ ହୋଇଥିଲା ।
ପଞ୍ଚାଙ୍ଗ ଅନୁସାରେ, ଦୀପାବଳି କାର୍ତ୍ତିକ ମାସର 15 ଦିନ ପରେ ଅମବାସ୍ୟା ତିଥିରେ ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଅମବାସ୍ୟା ଦୁଇଦିନ ରହିଥିବାରୁ କେବେ ପାଳିବେ ସେନେଇ ସମସ୍ତେ ଦ୍ବନ୍ଦରେ ରହିଛନ୍ତି । 31 ଏବଂ 1 ତାରିଖ ଦୁଇ ଦିନ ରହିଥିବାରୁ ଶ୍ରାଦ୍ଧ କେବେ ହେବ ତାଙ୍କୁ ନେଇ ସମସ୍ତେ ଚିନ୍ତାରେ । ତେବେ କିଛି ପଣ୍ଡିତଙ୍କର କହିବା ଅନୁସାରେ, ପ୍ରଦୋଷ ଥିବା ଦିନ ଦୀପାବଳି ପାଳନ କରିବା ଉଚିତ । କିନ୍ତୁ ଚଳିତ ବର୍ଷ 31 ଏବଂ 1 ଦୁଇ ଦିନ ରହିଛି ପ୍ରଦୋଷ । କିନ୍ତୁ 1 ତାରିଖରେ ପ୍ରଦୋଷ ପୂର୍ଣ୍ଣ ନଥିବା କାରଣରୁ 31 ତାରିଖ ଦିନ 3ଟା 52 ମିନିଟରୁ 1 ତାରିଖ ସନ୍ଧ୍ୟା 6ଟା 16 ପର୍ଯ୍ୟନ୍ତ କରିପାରିବେ । 1 ତାରିଖ ରାତିରେ ପୂର୍ଣ୍ଣ ଅମବାସ୍ୟା ନାହିଁ । ଅମବାସ୍ୟା ଶେଷ ହୋଇ ପ୍ରକିପଦା ଆରମ୍ଭ ହେଉଛି । ଯେଉଁମାନେ 31 ତାରିଖରେ କରିବା ପାଇଁ ଚାହୁଁଛନ୍ତି ସେମାନେ ଶ୍ରାଦ୍ଧ ସହିତ ଦୀପାବଳି ମଧ୍ୟ ସେଲିବ୍ରେସନ କରିପାରିବେ । କିନ୍ତୁ 1 ତାରିଖରେ ଅମବାସ୍ୟା କମ୍ ସମୟ ରହିଥିବା କାରଣରୁ ଶ୍ରାଦ୍ଧ ହୋଇପାରିବ ନାହିଁ ।