ଆରମ୍ଭ ହୋଇଛି Diwali Sale, ମାତ୍ର 10 ହଜାର ଟଙ୍କାରେ ମିଳୁଛି 55 ଇଞ୍ଚର 4K ଟିଭି!

ନୂଆଦିଲ୍ଲୀ: ଫ୍ଲିପକାର୍ଟରେ ବିଗ୍ ଦିଓ୍ବାଲୀ ସେଲ୍ ଆରମ୍ଭ ହୋଇସାରିଛି । ଏଥିରେ ଗ୍ରାହକଙ୍କୁ ସାନଦାର ଅଫର ପ୍ରଦାନ କରାଯାଉଛି । ଅନେର ମହଙ୍ଗା ଜିନିଷ ସବୁ ଶସ୍ତାରେ ମିଳୁଛି । କମ୍ପାନୀମାନେ ମଧ୍ୟ ସାନଦାର ଡିସକାଉଣ୍ଟ ପ୍ରଦାନ କରୁଛନ୍ତି । ଯଦି ଆପଣ ଦୀପାବଳିରେ ସ୍ମାର୍ଟଟିଭି କିଣିବା ପାଇଁ ଚାହୁଁଛନ୍ତି ତେବେ ଏହା ଏକପ୍ରକାର ସୁବର୍ଣ୍ଣ ସୁଯୋଗ । 55 ଇଞ୍ଚର 4K TV 30 ହଜାରରୁ କମ୍ ଟଙ୍କାରେ ମିଳୁଛି । ଇଏମଆଉରେ ମାତ୍ର 10ହଜାର ଟଙ୍କାରେ କିଣିପାରିବେ ।

Realme TechLife CineSonic QLED Ultra HD 4K Smart TVଏହି ସ୍ମାର୍ଟଟିଭିର ସ୍କ୍ରିନ 55 ଇଞ୍ଚର ଅଟେ । ଏହାର ଦାମ୍ 66ହଜାର 999 ଟଙ୍କା ରହିଥିବା ବେଳେ ଏହାକୁ ମାତ୍ର 29 ହଜାର 999 ଟଙ୍କାରେ କିଣିପାରିବେ । ଏହାସହ ଏସବିଆଇ ବ୍ୟାଙ୍କ କାର୍ଡରେ 1500 ଟଙ୍କାର ରିହାତି ମଧ୍ୟ ପାଇପାରିବେ । ଏହି ଟିଭିକୁ 15ଶହ ଲୋକ 4.4 ରେଟିଂ ଦେଇଥିବା ବେଳେ ଇଏମଆଇରେ 10 ହଜାର ଟଙ୍କାରେ ମଧ୍ୟ କିଣିପାରିବେ ।

iFFALCON by TCL U64 Ultra HD 4K Smart TV- ଏହି ସ୍ନାର୍ଟଟିଭିର ଦାମ୍ 73 ହଜାର 990 ଟଙ୍କା ରହିଛି । ଦୀଓ୍ବାଲି ସେଲରେ ଏହାକୁ 25 ହଜାର 999 ଟଙ୍କାରେ କିଣିପାରିବେ । ଏସବିଆଇ ବ୍ୟାଙ୍କ କାର୍ଡରେ ମଧ୍ୟ 1500 ଟଙ୍କାର ରିହାତି ରହିଛି । ଫ୍ଲିପକାର୍ଡ ପ୍ଲାଟଫର୍ମରେ ଏହି ଟିଭି ଶସ୍ତାରେ ମିଳୁଛି ।

Vu Ultra HD (4K) LED Smart Google TV 55 ଇଞ୍ଚର ଏହି 4କେ ସ୍ମାର୍ଟଟିଭିର ଦାମ୍ 65 ହଜାର ରହିଛି । କିନ୍ତୁ ଫ୍ଲିପକାର୍ଡ ସେଲରେ ଏହାର ଦାମ୍ 32 ହଜାର 999 ଟଙ୍କା ରହିଛି । କିନ୍ତୁ ସେଲରେ ଏହାର ଦାମ୍ ଅଧା ହୋଇଯାଉଛି । ମାତ୍ର 32 ହଜାର 999 ଟଙ୍କାରେ କିଣିପାରିବେ । ଯଦି ଏସବିଆଇ କାର୍ଡ ରହିଛି ତେବେ ଏହାର ଦାମ୍ 1500 ଟଙ୍କା କମିଯାଇ 31 ହଜାର 499 ଟଙ୍କା ହେବ । ଏହି ଟିଭିର ଦାମ୍ ଅପେକ୍ଷାକୃତ ଭାବେ ଅଧିକା ରହିଥିଲେ ହେଁ ଆମେରିକାର ଏହି ଟିଭିକୁ ସମସ୍ତେ ପସନ୍ଦ କରୁଥିବା ଦେଖାଯାଇଛି ।