fbpx

ଦୀପାବଳୀର ଉପହାର ଦେଲେ ଏହି ରାଜ୍ୟ ସରକାର, ୨୮ ଲକ୍ଷ କର୍ମଚାରୀଙ୍କୁ ବୋନସ୍ ପାଇଁ ନିର୍ଦ୍ଦେଶ

ୟୁପି: ଉତ୍ତରପ୍ରଦେଶର ୨୮ ଲକ୍ଷ କର୍ମଚାରୀଙ୍କ ଓ ପେନସନ୍ ଭୋଗୀ କର୍ମଚାରୀଙ୍କୁ ଦୀପାବଳୀ ପୂର୍ବରୁ ମିଳିଛି ଉପହାର । ସେମାନଙ୍କୁ ବୋନସର ଉପହାର ଦେଇଛନ୍ତି ଯୋଗୀ ସରକାର । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ବୋନସର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଞ୍ଜୁରି ଦେଇଛନ୍ତି । ଅକ୍ଟୋବରର ଦରମା ସହିତ ଏହା ନଭେମ୍ବରରେ ପ୍ରଦାନ କରାଯିବ ।

ସୂତ୍ର ଅନୁସାରେ, ବୋନସର ୨୫ ପ୍ରତିଶତ ନଗଦ ଓ ୭୫ ପ୍ରତିଶତ ଜିପିଏଫରେ ପଠାଯିବ । ଏହାର ସର୍ବାଧିକ ସୀମା ୭,୦୦୦ ଟଙ୍କା ବୋଲି ପ୍ରସ୍ତାବ ଦିଆଯାଇଛି । ଏହା ସହିତ କର୍ମଚାରୀମାନଙ୍କୁ ୩୦ ଦିନ ପାଇଁ ୬,୯୦୮ ଟଙ୍କା ବୋନସ୍ ଦିଆଯାଇପାରେ ।

ତେବେ ଉତ୍ତରପ୍ରଦେଶର କର୍ମଚାରୀ ଓ ପେନସନଭୋଗୀମାନେ ବର୍ତ୍ତମାନ ସମୟରେ ୨୮ ପ୍ରତିଶତ ଡିଏ ଓ ଡିଆର ପାଉଛନ୍ତିି । ଏହାକୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ରାଜ୍ୟର ୨୮ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ବୃଦ୍ଧି ହୋଇଥିବା ଡିଏ ଏବଂ ଡିଆର ବି ଅକ୍ଟୋବରର ଦରମା ସହିତ ନଭେମ୍ବରରେ ମଧ୍ୟ ଦିଆଯିବ ।

Get real time updates directly on you device, subscribe now.