Breaking: କର୍ମଚାରୀଙ୍କୁ ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା DA

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ ଭେଟି । 3 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା(DA)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିବା ବେଳେ ମହଙ୍ଗା ଭତ୍ତା ଉପରେ ମୋହର ବାଜିଛି । ଦୀପାବଳି ଉପଲକ୍ଷେ ଉପହାର ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏହା ଦ୍ବାରା 1 କୋଟିରୁ ଉର୍ଦ୍ଧ୍ବ କର୍ମଚାରୀ ଉପକୃତ ହେବେ । ବର୍ତ୍ତମାନ କର୍ମଚାରୀଙ୍କ ଡିଏ ୫୦ ପ୍ରତିଶତ ରହିଥିବା ବେଳେ ଏହି ବୃଦ୍ଧି ଫଳରେ ତାହା ୫୩ ପ୍ରତିଶତରେ ପହଞ୍ଚିଛି ।

ଏହା ଗତ ଜୁଳାଇ 1 ତାରିଖରୁ ଲାଗୁ ହେବ । ସାଧାରଣ ଭାବେ କେନ୍ଦ୍ର ସରକାର ଜାନୁଆରୀ ଓ ଅକ୍ଟୋବରରେ ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି । ଏହା ପୂର୍ବରୁ ଗତ ମାର୍ଚ୍ଚରେ କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରିଥିବା ବେଳେ ଏହା 46ରୁ 50 ପ୍ରତିଶତକୁ ବୃଦ୍ଧି ପାଇଥାଏ । ବର୍ତ୍ତମାନ 3 ପ୍ରତିଶତ ବଢାଇଥିବା ବେଳେ ଏହା 53କୁ ବୃଦ୍ଧି ପାଇଛି । ଏହାଦ୍ବାରା କର୍ମଚାରୀ ଏବଂ ପେନସନ ଭୋଗୀ ଉପକୃତ ହେବେ । ଅକ୍ଟୋବର ମାସର ଦରମାରେ ତିନି ମାସର ଏରିୟର ଏବଂ ଡିଏକୁ ମିଶାଇ ମିଳିବ ।

Get real time updates directly on you device, subscribe now.