fbpx

ଦୀପାବଳିରେ ମିଳିବ ଅଧିକ ଆୟର ସୁଯୋଗ; କେମିତି ଉଠାଇବେ ଫାଇଦା ଜାଣନ୍ତୁ

ନୂଆଦିଲ୍ଳୀ: ଆଲୋକର ପର୍ବ ଦୀପାବଳି ଆପଣଙ୍କୁ ଦେଇପାରେ ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ । ଏହି ଦିନରେ ଆପଣଙ୍କ ନିକଟରେ ମୋଟା ଅଙ୍କର ଅର୍ଥ ଆୟ କରିବାର ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଏହି ଦିନରେ ମାତ୍ର ଏକ ଘଣ୍ଟା ଆପଣଙ୍କୁ ଭରପୁର ଆୟର ସୁଯୋଗ ପ୍ରଦାନ କରିବ । ଏଭଳି ଏକ ବଢିଆ ସୁଯୋଗ ପ୍ରଦାନ କରୁଛି ଭାରତୀୟ ଶେୟାର ବଜାର ବା ଷ୍ଟକ ମାର୍କେଟ । ଦୀପାବଳି ଦିନ ବଜାର ବନ୍ଦ ରହୁଥିଲେ ହେଁ ମାତ୍ର ଏକ ଘଣ୍ଟା ପାଇଁ ବଜାର ଖୋଲା ଯାଇଥାଏ ।

୪ ନଭେମ୍ବର ୨୦୨୧ରେ ଦୀପାବଳି ପଡୁଥିବା ବେଳେ ଏହି ଦିନରେ ନିବେଶ କରି ଲାଭବାନ ହୁଅନ୍ତୁ । ଏନଏସଇ ଏବଂ ବିଏସଇ ପକ୍ଷରୁ ୬.୧୫ରୁ ୭.୧୫ ଯାଏଁ ଏହି ଟ୍ରେଡିଙ୍ଗ ସେସନ ଜାରି ରହିବ । ସନ୍ଧ୍ୟା ୬.୦୦ରୁ ୬.୦୮ ଯାଏଁ ପ୍ରି ଓପନ ଟ୍ରେଡିଂ ସେସନ ଆରମ୍ଭ ହେବ । ଦେଶର ଏକାଧିକ ପ୍ରାନ୍ତରେ ଦୀପାବଳିକୁ ଆର୍ଥିକ ବର୍ଷର ପ୍ରାରମ୍ଭ ଭାବରେ ବିବେଚନା କରିଥାନ୍ତି । ସେହି କାରଣରୁ ଏହି ଦିନରେ ନିବେଶ କରାଯାଇଥାଏ ।

Get real time updates directly on you device, subscribe now.