fbpx

ଦୀପାବଳିରେ ଲଗାନ୍ତୁ ଏହି ପତ୍ରର ତୋରଣ, ନିଶ୍ଚୟ ମା’ ଲକ୍ଷ୍ମୀଙ୍କ ହେବ ଗୃହ ପ୍ରବେଶ

ଓଡ଼ିଶା ଭାସ୍କର:ଦୀପାବଳିରେ ସମସ୍ତ ଘରର ମୁଖ୍ୟ ଦ୍ୱାରରେ ସୁନ୍ଦର ତୋରଣ ନଜର ଆସିଥାଏ । ଏହା ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଶୁଭ ବି ହୋଇଥାଏ । ଏହି ଦୀପାବଳିରେ ଆପଣ ବଜାରରୁ ତୋରଣ ପାଇଁ ସାମଗ୍ରୀ ନ କିଣି ଏହିସବୁ ପତ୍ରରେ ବହୁ ସହଜରେ ତୋରଣ ତିଆରି କରନ୍ତୁ । ଏହାଦ୍ୱାରା ମାତା ଲକ୍ଷ୍ମୀ ଓ ପ୍ରଭୁ ଶ୍ରୀଗଣେଶ ଆପଣଙ୍କ ଘର ଉପରେ ନିଶ୍ଚୟ କୃପାଦୃଷ୍ଟି ବର୍ଷା କରିବେ ।
ଆମ୍ବପତ୍ରରେ ତୋରଣ: ଦୀପାବଳିରେ ଘର ବାହାରେ ଗଛର ପତ୍ରରେ ତୋରଣ ପ୍ରସ୍ତୁତ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏଥିପାଇଁ ଆପଣ ଆମ୍ବପତ୍ର ବ୍ୟବହାର କରିପାରିବେ । ଏହି ପତ୍ର ଶୁଭ କାମରେ ବ୍ୟବହାର କରାଯାଏ । ଆପଣ ଦ୍ୱାର ଲମ୍ବରେ ଏକ ସୂତା ନେଇ ଛୁଞ୍ଚି ସାହାଯ୍ୟରେ ଆମ୍ବ ପତ୍ରର ମାଳା ତିଆରି କରନ୍ତୁ । ଏହାର ମଝିରେ ମଝିରେ ଆପଣ ଗେଣ୍ଡୁ ଫୁଲ ବି ଦେଇପାରିବେ । ଏହାକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗନ୍ତୁ ।
ଅଶୋକପତ୍ର: ଏହି ପତ୍ର ମଧ୍ୟ ବହୁତ ଶୁଭ ହୋଇଥାଏ । ଆପଣ ଘରର ମୁଖ୍ୟ ଦ୍ୱାରରେ ଏହାକୁ ତୋରଣ ଭାବରେ ଟାଙ୍ଗି ପାରିବେ । ଏହା ଦେଖିବାକୁ ବହୁତ ସୁନ୍ଦର ଲାଗିବ ଓ କମ୍ ଖର୍ଚ୍ଚରେ ଏହା ମଧ୍ୟ ହୋଇଯିବ ।
ଗେଣ୍ଡୁ ଫୁଲରେ ତୋରଣ:ଦୀପାବଳିରେ ତାଜା ଫୁଲରେ ତୋରଣ ତିଆରି କରିବା ଅତ୍ୟନ୍ତ ଶୁଭ । ଏହାର ବାସ୍ନା ଆପଣଙ୍କ ଘରକୁ ମହକାଇବା ସହିତ ଏହା ଆପଣଙ୍କ ଘରେ ସୁଖ ସମୃଦ୍ଧି ମଧ୍ୟ ଆଣିବ । ଆପଣ ସୂତା ଓ ଛୁଞ୍ଚିରେ ଗେଣ୍ଡୁ ଫୁଲ ମାଳା ତିଆରି କରି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗନ୍ତୁ । ଏହାଦ୍ୱାରା ଦ୍ୱାର ସୁନ୍ଦର ଲାଗିବା ସହିତ ମା’ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ ।

Get real time updates directly on you device, subscribe now.