fbpx

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦଵୀ ପାଇଁ ବଢ଼ିଲା କଂଗ୍ରେସ ଚିନ୍ତା, ବଡ଼ ବୟାନ ଦେଲେ ଡି.କେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ବିପୁଳ ଜନାଦେଶ ପାଇବା ପରେ ମଧ୍ୟ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ଚିନ୍ତାରେ ପଡ଼ିଛି। ଏହି ମାମଲା ଏବେ କର୍ଣ୍ଣାଟକରୁ ଯାଇ ଦିଲ୍ଲୀରେ ପହଞ୍ଚିଲାଣି। ପ୍ରବଳ ଜନାଦେଶ ପରେ ଏବେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଦୁଇଟି ବଡ଼ ନାମ ଏବେ ସାମ୍ନାରେ ଅଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଭୟ ସିଦ୍ଧରମୈୟା ଏବଂ ଡି.କେ ଶିବକୁମାର ଦୃଢ଼ ଦାବିଦାର ରହିଛନ୍ତି। ତେଣୁ ଏହାର ସମାଧାନ ପାଇଁ ଦଳର ହାଇ କମାଣ୍ଡକୁ ଏହି ପ୍ରସଙ୍ଗ ପଠାଯାଇଛି। ତେବେ ରାଜ୍ୟରେ ବିଜୟ ପରେ ସିଦ୍ଧରମୈୟା ଏବଂ ଡି.କେ ଶିବକୁମାରଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବେ ସେନେଇ କଂଗ୍ରେସ ହାଇକମାଣ୍ଡ ଦ୍ୱନ୍ଦ୍ୱରେ ଅଛନ୍ତି। ଏହି ସମୟରେ, ଡି.କେ ଶିବକୁମାରଙ୍କ ଏହି ଦାବି ଆହୁରୁ ସପପେନ୍ସ ବୃଦ୍ଧି କରିଛି।

ଏହି ପ୍ରସଙ୍ଗରେ ହାଇକମାଣ୍ଡଙ୍କ ସହିତ ଆଲୋଚନା ପାଇଁ ସିଦ୍ଧାରମୈୟା ଦିଲ୍ଲୀରେ ପହଞ୍ଚିଛନ୍ତି ଆଉ ଏହାରି ମଧ୍ୟରେ ଡି.କେ ଶିବକୁମାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମୋ ନେତୃତ୍ୱରେ ୧୩୫ ଜଣ ବିଧାୟକ ଭୋଟ୍ ଦେଇଛନ୍ତି। ତେବେ ରବିବାର ସମସ୍ତ ୧୩୫ ବିଧାୟକ ନିଜର ମତ ଦେଇଛନ୍ତି ଏବଂ ଗୋଟିଏ ଧାଡିରେ ସଂକଳ୍ପ ପାରିତ କରିଛନ୍ତି । କେତେକ ମଧ୍ୟ ମୁଖ୍ୟମନ୍ତ୍ରୀ ବିଷୟରେ କ’ଣ ଭାବୁଛନ୍ତି ସେ ବିଷୟରେ ସେମାନଙ୍କର ବ୍ୟକ୍ତିଗତ ମତ ଦେଇଛନ୍ତି । ଡି.କେ ଶିବକୁମାର ଏହା ମଧ୍ୟ କହିଛନ୍ତି ଯେ ହାଇ କମାଣ୍ଡଙ୍କୁ ଭେଟିବାକୁ ତାଙ୍କୁ ଦିଲ୍ଲୀ ଡାକିଛନ୍ତି । କର୍ଣ୍ଣାଟକ କଂଗ୍ରେସର ଏକ ଘରୋଇ କାର୍ଯ୍ୟକ୍ରମ ଶେଷ ହେବା ପରେ ଦିଲ୍ଲୀ ଯିବେ ।

ଡି.କେ ଶିବକୁମାର ଏହା ମଧ୍ୟ କହିଛନ୍ତି ଯେ, ‘ମୁଁ ଗୋଟିଏ ଜିନିଷରେ ବିଶ୍ୱାସ କରେ ଜଣେ ବ୍ୟକ୍ତି ସାହସ ସହିତ ସଂଖ୍ୟାଗରିଷ୍ଠତା ଆଣିପାରେ। ୫ ବର୍ଷରେ ମୋ ସହିତ କ’ଣ ହୋଇଛି ମୁଁ କହିବାକୁ ଚାହେଁ ନାହିଁ। ମୁଁ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିଶ୍ଚିତ କରୁଛି ଯେ ମୋର ଲକ୍ଷ୍ୟ ହେଉଛି କର୍ଣ୍ଣାଟକରେ କଂଗ୍ରେସ ପାଇଁ କାମ କରିବା। ଆମେ କାର୍ଯ୍ୟ କରିବୁ ବୋଲି ଆମେ ସେମାନଙ୍କୁ ଲିଖିତ ଭାବରେ ନିଶ୍ଚିତ କରିଛୁ। ବାକି ନିଷ୍ପତ୍ତି ହାଇ କମାଣ୍ଡ ନିଅନ୍ତୁ।

 

Get real time updates directly on you device, subscribe now.