fbpx

ଏବେ କେବଳ RTO ନୂହେଁ ବରଂ NGO ସମେତ ଏହି କମ୍ପାନୀ ମାନଙ୍କରେ ବି ଜାରି ହୋଇପାରିବ DL

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି । ଏବେ ଠାରୁ କାର୍ କମ୍ପାନୀ, ଅଟୋ ମୋବାଇଲ୍ ଆସୋସିଏସନ୍ ଓ ବିଭିନ୍ନ ଏନଜିଓରେ ବି ଡାଇଭିଂ ଲାଇସେନ୍ସ କରିବା ପାଇଁ ଅନୁମତି ମିଳିବ । ଏହି ସଂସ୍ଥା ମାନେ କେବଳ ଡ୍ରାଇଭିଂ ପାସ୍ କରିଥିବା ଲୋକମାନଙ୍କର ହିଁ ଲାଇସେନ୍ସ ବାହାର କରିପାରିବେ । କିନ୍ତୁ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆପଣଙ୍କୁ ବାରମ୍ବାର ପରିବହନ ବିଭାଗ ଅଫିସ୍ କୁ ଯିବାକୁ ପଡ଼ିବ । ସେହିପରି ଆରସି(RC) ପାଇଁ ବି ଆରଟିଓ ଅଫିସ୍ କୁ ଦୌଡ଼ିବାକୁ ପଡ଼ିବ । ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ମହାମାରୀ ସମୟରେ ଆରଟିଓ ଖୋଲିବାରେ ଅନିୟମିତତା ଦେଖା ଦେଇଥିଲା । ଏହାପରଠାରୁ ବିଭିନ୍ନ ସମୟରେ ଏନେଇ ସୂଚନା ଜାରି ଆସୁଛି ସଡ଼କ ପରିବହନ ମନ୍ତ୍ରାଳୟ । କିଛି ରାଜ୍ୟରେ ଅନଲାଇନ୍ ମାଧ୍ୟମରେ ବି ଡିଏଲ୍ ଆବେଦନ କରାଯାଇ ପାରୁଛି । ତେବେ ଯଦି ଡାଇଭିଂ ସମ୍ବନ୍ଧିତ କୌଣସି ପ୍ରକାରର ତଥ୍ୟ ଜାଣିବା ପାଇଁ ପରିବହନ ବିଭାଗର ୱେବସାଇଟ୍ କୁ ଯାଇ ଡିଟେଲ୍ ଦେଖିପାରିବେ ।

Get real time updates directly on you device, subscribe now.