fbpx
BSKY
BJD SHG SKY
BJD MC SKY

ପାଦରେ ଯନ୍ତ୍ରଣାକୁ କରନ୍ତୁ ନାହିଁ ଅଣଦେଖା, ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ

ଓଡ଼ିଶା ଭାସ୍କର: ସାଧାରଣତଃ ଲୋକମାନଙ୍କୁ ଥଣ୍ଡା, କାଶ, ଜ୍ୱର, ମୁଣ୍ଡ ବିନ୍ଧ, ଅଣ୍ଟା ଦରଜ ଇତ୍ୟାଦି ହେଲେ ଡାକ୍ତରଙ୍କ ପାଖକୁ ଯାଇଥାନ୍ତି । କିନ୍ତୁ ପାଦରେ ଯନ୍ତ୍ରଣା ଅନୁଭବ ହେଲେ ଭାବି ନିଅନ୍ତି ଯେ ହୁଏତ ବେଶି ଚାଲିବା କାରଣରୁ କିମ୍ବା ଅସନା ମୋଜା ପିନ୍ଧିବା କାରଣରୁ ଏପରି ହେଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପାଦ ଏବଂ ଆଙ୍ଗଠିରେ ଯନ୍ତ୍ରଣା ହେବା ସାଧାରଣ କଥା ନୁହେଁ । ଏହା ଡାଇବେଟିସ୍ ଏବଂ ଅନେକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସଂକେତ ଦେଇଥାଏ । ତେବେ ଆସନ୍ତୁ ଜାଣିବା ଏପରି କିଛି ଲକ୍ଷଣ ବିଷୟରେ ଯାହାର ଠିକ୍ ସମୟରେ ଚିକିତ୍ସା କରାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇ ପାରିବା ।

୧. ଥଣ୍ଡା ଆଙ୍ଗୁଠି: କୌଣସି ବ୍ୟକ୍ତିଙ୍କ ପାଦର ଆଙ୍ଗଠି ଥଣ୍ଡା ରହୁଥିଲେ ରକ୍ତ ସଞ୍ଚାଳନରେ ସମସ୍ୟାକୁ ସୂଚାଇଥାଏ । ଏହା ଦ୍ୱାରା ଡାଇବେଟିସ୍, ଧମନୀ ରୋଗ, ହୃଦଘାତ, ଭେରିକୋଜ୍ ଭେନ୍ସ, ରକ୍ତ ଜମାଟ ବାନ୍ଧିବା, ଥାଇରଏଡ୍ ଏବଂ ଆର୍ଥରାଇଟିସ୍ ଭଳି ସମସ୍ୟା ଦେଖାଦେଇଥାଏ ।

୨. ନଖର ଆକାରରେ ପରିବର୍ତ୍ତନ: ପାଦ ଆଙ୍ଗୁଠିର ନଖର ଆକାରରେ ପରିବର୍ତ୍ତନ ଦେଖାଗଲେ ରକ୍ତହୀନତା, ହାଇପୋଥାଇରଏଡ୍ସ ଇତ୍ୟାଦିର ଲକ୍ଷଣ ଅଟେ । ଏଥିରେ ନଖ ବୁଲିଯିବା, ତେଢ଼ାମେଢ଼ା ଦେଖାଯାଇଥାଏ ।

୩. ପାଦ ଝିମଝିମ୍ ହେବା: ପେରିଫେରାଲ ନ୍ୟୁରୋପାଥି ନାମକ ଏହି ଅବସ୍ଥାରେ ପାଦରେ ଝିମଝିମ୍ ହେବା ଲକ୍ଷଣ ଦେଖାଦେଇଥାଏ । ସାଧାରଣତଃ ଏହା ଡାଇବେଟିସ୍ ରୋଗୀଙ୍କ ଠାରେ ଦେଖାଯାଏ । ସେମାନଙ୍କ ହାତ ଏବଂ ପାଦର ସମ୍ବେଦନଶୀଳତା ହ୍ରାସ ପାଇଥାଏ ।

୪. ଫଙ୍ଗାଲ ସଂକ୍ରମଣ: କୌଣସି ବ୍ୟକ୍ତିଙ୍କ ପାଦ ନଖରେ ଧଳା କିମ୍ବା ହଳଦିଆ ଦାଗ ଫଙ୍ଗାଲ ସଂକ୍ରମଣକୁ ସୂଚାଇଥାଏ । ଏହା ନଖକୁ ଦୁର୍ବଳ କରିଥାଏ । ସାଧାରଣତଃ ନଖରେ ଫଙ୍ଗାଲ ସଂକ୍ରମଣ ହେଲେ ବହୁତ ଡେରିରେ ଜଣାପଡ଼ିଥାଏ ।

Get real time updates directly on you device, subscribe now.