fbpx

ଘରର ଏହି ଦିଗରେ ପଇସା ରଖିବା ଅଶୁଭ, ଯେତେ ରୋଜଗାର କଲେ ବି ଅଣ୍ଟିବନି

ବାସ୍ତୁ ଶାସ୍ତ୍ରରେ ଘରର ସବୁ ଦିଗ ଲାଗି ଅଲଗା ଅଲଗା ନିୟମ ରହିଛି । ଯଦି ବାସ୍ତୁ ନିୟମ ଅନୁସାରେ ଘରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଜିନିଷ ରଖାଯିବ ତେବେ ବଡ ଲାଭ ମିଳିବ । ଘରେ ଧନର ଆଗମନ ଲାଗି ରହିବା ସହ ସୁଖ ସମୃଦ୍ଧି ଲାଗି ରହିବ । ଅନ୍ୟପକ୍ଷରେ ଭୁଲ୍ ଦିଗରେ ରଖାଯାଇଥିବା ଜିନିଷ ଘରେ ନକରାତ୍ମକ ଶକ୍ତି ସୃଷ୍ଟି କରିଥାଏ । ଫଳରେ ଧନ ହାନି, କ୍ୟାରିଅରରେ ବାଧା, ସଂପର୍କରେ ତିକ୍ତତା ଆଦି ଦେଖାଦେଇଥାଏ । ଏହି କ୍ରମରେ ଘରର ପଇସା ରଖିବା ସ୍ଥାନ ବା ଟ୍ରେଜେରୀ ରଖିବାର ସ୍ଥାନ ବି ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଭୁଲ୍ ସ୍ଥାନରେ ପଇସା କିମ୍ବା ସୁନା ଗହଣା ସାଇତି ରଖିବା ଦ୍ୱାରା ମା’ ଲକ୍ଷ୍ମୀ ନାରାଜ ହୋଇଥାନ୍ତି । ଏହିକ୍ରମରେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ କେଉଁ ସ୍ଥାନରେ ଧନ ରଖିବା ଶୁଭ ହୋଇଥାଏ ଓ କେଉଁ ସ୍ଥାନରେ ଧନ ରଖିବା ଅଶୁଭ ହୋଇଥାଏ ।

୧-ଆଗ୍ନେୟ କୋଣ ଅର୍ଥାତ୍ ଘରର ଦକ୍ଷିଣ ପୂର୍ବ ଦିଗ ମଧ୍ୟ ସ୍ଥାନରେ କେବେ ବି ପଇସା କି ସୁନା ଗହଣା ରଖନ୍ତୁ ନାହିଁ । ଏହାଦ୍ୱାରା ଧନ ହ୍ରାସ ପାଇଥାଏ । ଅଯଥା ଖର୍ଚ୍ଚ ବ୍ୟକ୍ତିକୁ କାଙ୍ଗାଳ କରିଦିଏ । ଫଳରେ ବ୍ୟକ୍ତିର ଋଣ ବୋଝ ବଢିଯାଏ ଯେଉଁଥିରୁ ମୁକ୍ତି ପାଇବା ତା’ ପାଇଁ ଅସମ୍ଭବ ହୋଇଯାଏ ।
-ସେହିପରି ଯଦି ଦକ୍ଷିଣ ଦିଗରେ ପଇସା କିମ୍ବା ଟ୍ରେଜେରୀ ରଖିବେ ତେବେ ଧନହାନୀ ତ ହେବ ନାହିଁ କିନ୍ତୁ ଉନ୍ନତି ହେବ ନାହିଁ । ବ୍ୟକ୍ତିକୁ ପରିଶ୍ରମର ପୁରା ଫଳ ମିଳିବ ନାହିଁ ।
-ପଶ୍ଚିମ ଦିଗରେ ଟ୍ରେଜେରୀ ରଖିବା ଦ୍ୱାରା ପଇସା ରୋଜଗାର କରିବାକୁ ବହୁତ ପରିଶ୍ରମ କରିବାକୁ ପଡିବ । ଆୟ ବଢିବାର ଯୋଗ ସୃଷ୍ଟି ହେଲେ ବି ବାଧା ସୃଷ୍ଟି ହେବ ।
-ଘରର ବାୟବ୍ୟ କୋଣ ଅର୍ଥାତ୍ ପଶ୍ଚିମ ଓ ଉତ୍ତର ଦିଗ ମଧ୍ୟଭାଗରେ ଧନ ରଖିବା ଅନୁଚିତ ଅଟେ । ଏପରି କରିବା ଦ୍ୱାରା ମଧ୍ୟ ଧନର ଆଗମନ ବଢେ ନାହିଁ । ଅପରପକ୍ଷେ ଅଯଥା ଖର୍ଚ୍ଚ ବଢିଥାଏ ।
-ବାସ୍ତୁ ଅନୁଯାୟୀ ଉତ୍ତର ଦିଗ ହିଁ ଧନ ରଖିବାର ସବୁଠାରୁ ଉତ୍ତମ ସ୍ଥାନ । ଉତ୍ତର ଦିଗର ସମ୍ବନ୍ଧ ମା’ ଲକ୍ଷ୍ମୀ ଓ କୁବେରଙ୍କ ସହ ରହିଛି । ଏହି ଦିଗରେ ଧନ ରଖିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ ।

Get real time updates directly on you device, subscribe now.