fbpx
BSKY
BJD YOUTH SKY
BJD MS SKY

ଘରର ପଶ୍ଚିମ ଦିଗରେ ରଖନ୍ତୁ ନାହିଁ ଏହି ଜିନିଷ, ପରିବାର ଉପରେ ପଡିପାରେ ନକାରାତ୍ମକ ପ୍ରଭାବ

ନୂଆଦିଲ୍ଲୀ : ଲୋକେ ନିଜ ଘରକୁ ବାସ୍ତୁ ଅନୁସାରେ ତିଆରି କରିବାକୁ ଅଧିକ ପସନ୍ଦ କରନ୍ତି । କାରଣ ବାସ୍ତୁ ଅନୁସାରେ ଘର ବନାଇବା ଦ୍ୱାରା ସାକାରାତ୍ମକ ଶକ୍ତି ଗୃହକୁ ପ୍ରବେଶ କରିଥାଏ । ଘରକୁ ତିଆରି କରିବା ବେଳେ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କୁହାଯାଉଛି ଯେ, ପ୍ରତ୍ୟେକ ଦିଗର ଭିନ୍ନ ଭିନ୍ନ ମହତ୍ୱ ରହିଛି । ଦିଗର ମହତ୍ୱ ଜାଣିବା ପରେ ହିଁ ଆମେ ଘରକୁ ବାସ୍ତୁ ଅନୁସାରେ ସଜାଡିବା ଉଚିତ । ଯାହା ଦ୍ୱାରା ଘରକୁ ସାକାରାତ୍ମକ ଶକ୍ତି ପ୍ରବେଶ କରିବା ସହ ନାକାରାତ୍ମକ ଶକ୍ତିକୁ କମାଇଥାଏ ।

ଆକ୍ୱାରିୟମ : ଘରର ପଶ୍ଚିମ ଦିଗରେ କୌଣସି ପାଣି ଜାତୀୟ ଜିନିଷ ରଖନ୍ତୁ ନାହିଁ, ଏହି ଦିଗରେ ଆକ୍ୱାରିୟମ ଭଳି ଜିନିଷ ରଖିବା ଦ୍ୱାରା ଘରକୁ ନାକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

ଭଗବାନଙ୍କ ଫଟୋ : ଘରର ପଶ୍ଚିମ ଦିଗରେ କୌଣସି ଭଗବାନଙ୍କ ଫଟୋ ରଖିବା ଉଚିତ ନୁହେଁ । ଭଗବାନଙ୍କ ଫଟୋକୁ ସବୁ ବେଳେ ପୂର୍ବ ଆଡକୁ ମୁହଁ କରି ରଖନ୍ତୁ । ଏହା କରିବା ଦ୍ୱାରା ସାକାରାତ୍ମକ ଫଳ ମିଳିଥାଏ ।

ତୁଳସୀ ଗଛ : ପ୍ରାୟ ଲୋକେ ଘରେ ଭିନ୍ନ ଭିନ୍ନ ଗଛ ଲଗାଇବାକୁ ଅଧିକ ଭଲ ପାଆନ୍ତୁ । କିନ୍ତୁ ପଶ୍ଚିମ ଦିଗରେ କେବେ ବି ତୁଳସୀ ଗଛ ଲଗାଇବା ଉଚିତ ନୁହେଁ । ବାସ୍ତୁ ଅନୁସାରେ ତୁଳସୀ ଗଛ ସବୁ ବେଳେ ପୂର୍ବ ମୁହଁ କରି ରଖିବା ଉଚିତ ।

ଝରକା : ଘରକୁ ବାୟୁ ପ୍ରବେଶ କରିବା ପାଇଁ ଝରକା ରଖାଯାଏ । କିନ୍ତୁ ଝରକାକୁ କେବେ ମଧ୍ୟ ପଶ୍ଚିମ ଦିଗରେ ରଖିବା ଉଚିତ ନୁହେଁ । ଯଦି ଝରକା ଅଛି, ତେବେ ତାହାକୁ ପରଦା ଦେଇ ବନ୍ଦ କରିଦିଅନ୍ତୁ ।

Get real time updates directly on you device, subscribe now.