ଶୋଇବା ପୂର୍ବରୁ କରନ୍ତୁ ଏହି ୪ କାମ, ଧନ ଆଗମନରେ ସମସ୍ୟା ରହିବ ନାହିଁ

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ପୂର୍ବରୁ ବ୍ୟକ୍ତି ଯଦି କିଛି କାର୍ଯ୍ୟ କରିବ ତେବେ ମା’ ଲକ୍ଷ୍ମୀ ନିଶ୍ଚୟ ପ୍ରସନ୍ନ ହେବେ । ମାନ୍ୟତା ରହିଛି କି ରାତ୍ରୀ ସମୟରେ ମା ଲକ୍ଷ୍ମୀ ବିଚରଣ କରିଥାନ୍ତି । ତେଣୁ ଶୋଇବା ସମୟରେ ମୁଖ୍ୟ ଦ୍ୱାର ନିକଟରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯେଉଁ ଘର ଅଳିଆ ଅପରିଷ୍କାର ରହିଥାଏ ସେଠି ମା’ ଲକ୍ଷ୍ମୀ ଆଦୌ ପ୍ରବେଶ କରନ୍ତି ନାହିଁ ।

ବାସ୍ତୁ ଅନୁସାରେ ରାତିରେ ଶୋଇବା ପୂର୍ବରୁ ଉତ୍ତର ଦିଗକୁ ବି ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ । ଏହି ଦିଗରେ ଜୋତା ଚପଲ ରଖନ୍ତୁ ନାହିଁ । ଉତ୍ତର ଦିଗର ସମ୍ବନ୍ଧ ଭଗବାନ କୁବେର ଓ ମାତା ଲକ୍ଷ୍ମୀଙ୍କ ସହ ରହିଛି ।

ସେହିପରି ସକାଳେ ପୂଜାରେ ବ୍ୟବହୃତ ଫୁଲ, ଫଳ ଓ ଅନ୍ୟ ସାମଗ୍ରୀ ରାତି ପର୍ଯ୍ୟନ୍ତ ପୂଜା ଘରେ ରଖନ୍ତୁ ନାହିଁ । ସନ୍ଧ୍ୟା ଆରତୀ ପରେ ବାସି ଫୁଲ, ପାଣିକୁ ଢାଳି ଦିଅନ୍ତୁ ଓ କଳସରେ ନୂଆ ଜଳ ଭରି ରଖନ୍ତୁ ।

ଯଦି ଆପଣ ଘରେ ନକରାତ୍ମକ ଶକ୍ତି ଅନୁଭବ କରୁଛନ୍ତି ତେବେ ରାତିରେ ଶୋଇବା ପୂର୍ବରୁ କର୍ପୁର ସହିତ ଲବଙ୍ଗ ପକାଇ ଜାଳନ୍ତୁ । ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତି ରହିବ ନାହିଁ । ଅପରପକ୍ଷେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରି ସୁଖ ସମୃଦ୍ଧି ଲାଗି ରହିବ ।