ରିଲିଆନ୍ସ ଜିଓ ଏୟାର ଫାଇଭର ଲଞ୍ଚ କରିସାରିଛି । କମ୍ପାନୀ ଏହାକୁ ଦେଶର ୮ ଟି ସହରରେ ଲଞ୍ଚ କରିଛି । ସେହି ସହର ଗୁଡିକ ହେଉଛି ଅହମଦାବାଦ, ହାଇଦ୍ରାବାଦ, ବାଙ୍ଗାଲୋର,କୋଲକାତା, ମୁମ୍ବାଇ, ଚେନାଇ, ଦିଲ୍ଲୀ, ପୁନେ । ଜିଓ ଫାଇବର କନେକସନ ଏବଂ ଇନଷ୍ଟଲ ପାଇଁ ଚାର୍ଜ ମଧ୍ୟ ରଖିଛି । ସେଥିପାଇଁ ଆପଣଙ୍କୁ ଏକ ହଜାର ଟଙ୍କା ଦେବାକୁ ପଡିବ । ଆମେ ଆପଣଙ୍କୁ ଜଣାଇବୁ କ’ଣ କରିବା ଦ୍ୱାରା ଆପଣଙ୍କୁ କନେକସନ ଚାର୍ଜ ଦେବାକୁ ପଡିବ ନାହିଁ ।
ଆପଣ ଜାଣିଥିବେ ଜିଓ ଫାଇବର କନେକସନ ଦ୍ୱାରା ଆପଣଙ୍କ ୱେୟାର ଲେସ ହାଇ ସ୍ପିଡ ଇଣ୍ଟରନେଟ ସୁବିଧା ମିଳିବ । ଏହା ଏକ ପୋଟେବଲ ଡିଭାଇସ ଯାହା ଫଳରେ ଆପଣ ଏହାକୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ନେଇ ପାରିବେ । କନେକସନ ସହିତ ଆପଣଙ୍କୁ ୱାଇଫାଇ ରାଉଟର, ଟିଭି ପାଇଁ ୪କେ ସେଟଅଫ ବକ୍ସ ମିଳିବ । ଜିଓ ଫାଇବର ୨ ପ୍ରକାର ପ୍ଲାନ ଲଞ୍ଚ କରିଛି ।
କମ୍ପାନୀ ଜିଓ ଫାଇବର ଇନଷ୍ଟଲ ପାଇଁ ୧୦୦୦ ଟଙ୍କା ଚାର୍ଜ ରଖିଛି । ଯାହା ପରେ ବିଲରେ ଆଡଜଷ୍ଟ ହେବ । କିନ୍ତୁ ଯଦି ଆପଣ ଇନଷ୍ଟଲ ଚାର୍ଜ ଦେବାକୁ ଚାହୁଁ ନାହାନ୍ତି ଏଥିପାଇଁ ମଧ୍ୟ କମ୍ପାନୀ ୟୁଜରମାନଙ୍କ ପାଇଁ ବ୍ୟବସ୍ଥା କରିଛି । କମ୍ପାନୀ ୨ ଟି ପ୍ଲାନ ଲଞ୍ଚ କରିଛି । ଗୋଟିଏ ହେଉଛି ୬ ମାସ ଭାଲିଡିଟି ଏବଂ ଅନ୍ୟଟି ହେଉଛି ୧୨ ମାସ ଭାଲିଡିଟି । ୬ ମାସ ପ୍ଲାନ ନେବାକୁ ଚାହିଁଲେ ଆପଣଙ୍କୁ କନେକସନ ଚାର୍ଜ ଦେବାକୁ ପଡିବ । ୧୨ ମାସର ପ୍ଲାନ କରିବାକୁ ଚାହିଁଲେ ଆପଣଙ୍କୁ ଚାର୍ଜ ଦେବାକୁ ପଡିବ ନାହିଁ । ଜିଓ ଫାଇବର ପାଇଁ କମ୍ପାନୀ ଜିଓ ଏୟାର ଫାଇବର ଏବଂ ଜିଓ ଏୟାର ଫାଇବର ମ୍ୟାକ୍ସ ୨ଟି ପ୍ଲାନ କରିଛି । ୨ଟି ପ୍ଲାନ ପାଇଁ କମ୍ପାନୀ ୩ ପ୍ରକାର ରିଚାର୍ଜ ବ୍ୟବସ୍ଥା ରହିଛି । ସବୁଠାରୁ ଶସ୍ତା ପ୍ଲାନ ହେଉଛି ୫୯୯ ଟଙ୍କାର ଯେଉଁଥିରେ ଆପଣଙ୍କୁ ୩୦ ଏମବିପିଏସ ସ୍ପିଡ ମିଳିବ । ଏହାର ସବୁଠାରୁ ମହଙ୍ଗା ପ୍ଲାନ ହେଉଛି ୩୯୯୯ ଟଙ୍କା ଯେଉଁଥିରେ ଆପଣଙ୍କୁ ୧ ଜିବିପିଏସ ସ୍ପିଡ ମିଳିବ । ଏହି ସବୁ ରିଚାର୍ଜ ପ୍ଲାନରେ ୫୦୦ରୁ ଅଧିକ ଟିଭି ଚ୍ୟାନେଲ ଏବଂ ୧୪ ଓଟିଟି ପ୍ଲାନ ମିଳିବ ।