fbpx

ହୃଦରୋଗରୁ ଦୂରେଇ ରହିବାକୁ ପ୍ରତିଦିନ କରନ୍ତୁ ଏହି କାମ, ସର୍ବଦା ରହିବେ ଫିଟ୍

Advertisement

ନୂଆଦିଲ୍ଲୀ: ହୃଦୟ ଜନିତ ରୋଗ ବିଗତ ଦିନ ମାନଙ୍କରେ ବୃଦ୍ଧମାନଙ୍କୁ ଅଧିକ ହେଉଥିଲା । କିନ୍ତୁ ଏବେ ଏହା ଯୁବକ-ଯୁବତୀ ମାନଙ୍କୁ ବି ନିଜର ଶିକାର କରୁଛି । ଫଳରେ ଖୁବ୍ କମ୍ ବୟସରୁ ଲୋକମାନଙ୍କ ଠାରେ ହୃଦରୋଗ ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ହୃଦଜନିତ ରୋଗ ଅନେକ ବଢ଼ିଯାଇଛି । ଆମେରିକାରେ ଏକ ରିପୋର୍ଟ ଅନୁସାରେ, ୨୦୧୫ ପର୍ଯ୍ୟନ୍ତ ଭାରତରେ ୬.୨ କୋଟି ଲୋକଙ୍କୁ ହୃଦରୋଗ ହୋଇଛି ଓ ଏମାନଙ୍କ ମଧ୍ୟରୁ ୨.୩ କୋଟି ଲୋକଙ୍କ ବୟସ ୪୦ରୁ କମ୍ । ଏହି ସଂଖ୍ୟା ଖୁବ୍ ଚିନ୍ତାଜନକ ।

ବିଶେଷଜ୍ଞଙ୍କ କହିବାନୁସାରେ, ଏହା ପଛର କାରଣ ହେଉଛି ଖରାପ ଜୀବନଶୈଳୀ ଓ ହାର୍ଟ ସହିତ ଜଡ଼ିତ ଅନ୍ୟ ରୋଗ । ଏହି କାରଣରୁ ଅନ୍ୟ ରୋଗ ବି ବଢ଼ିବାର ଆଶଙ୍କା ରହିଥାଏ । ଉଚ୍ଚ ରକ୍ତଚାପ, କୋଲୋଷ୍ଟ୍ରୋଲ୍ ଏବଂ ମଧୁମେହ ଭଳି ସମସ୍ୟା ଖୁବ୍ ବଢ଼ିଯାଏ । ଏହିସବୁ ରୋଗକୁ କମ୍ କରିବା ପାଇଁ ହେଲ୍ଦୀ ଲାଇଫଷ୍ଟାଇଲ୍ କୁ ଧ୍ୟାନ ରେ ରଖିବାକୁ ହେବ । କିଛି ଅଭ୍ୟାସ ଉପରେ ଧ୍ୟାନ ଦେବା ଦ୍ୱାରା ଆମେ ନିଜକୁ ସବୁ ରୋଗରୁ ନିଜକୁ ସୁସ୍ଥ ରଖିପାରିବା ।

ଫାଇବର୍ ରେ ଭରପୁର ଥିବା ଡାଇଟ୍ ପ୍ଲାନ୍

ବିଶେଷଜ୍ଞଙ୍କ ଅନୁସାରେ, ଡାଇଟ୍ ରେ ଫାଇବର୍ ଥିବା ଜିନିଷକୁ ଆଡ୍ କରନ୍ତୁ । ଏଥିପାଇଁ ଓଟସ୍, ଶାଗୁ, ବ୍ରାଉନ୍ ରାଇସ୍, ବିନ୍ସ, ଭଳି ଜିନିଷ କୁ ରଖନ୍ତୁ । ଫାଇବର୍ ଯୁକ୍ତ ଜିନିଷ ଖାଇବା ଦ୍ୱାରା କୋଲୋଷ୍ଟ୍ରୋଲ୍ କମ୍ ହୋଇଥାଏ । ଏହା ଯୋଗୁଁ ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ସମସ୍ୟାକୁ କମ୍ କରାଯାଇପାରେ ।

ଓଜନକୁ ନିୟନ୍ତ୍ରଣ କରନ୍ତୁ

ଓଜନ ବଢ଼ିବା ଦ୍ୱାରା ଶରୀରରେ ନାନା ପ୍ରକାରର ରୋଗ ଦେଖାଦେଇଥାଏ । ଏହା ହୃଦଘାତର ଆଶଙ୍କା ବଢ଼ାଇପାରେ । ତେଣୁ ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ଓଜନକୁ ନିୟନ୍ତ୍ରଣ କରିବା ଦ୍ୱାରା ରକ୍ତଚାପ ଓ ଗ୍ଲୁକୋଜ୍ ଲେବଲ୍ କୁ ବି ନିୟନ୍ତ୍ରଣରେ ରଖିପାରିବେ ।

ପ୍ରତିଦିନ ବ୍ୟାୟାମ କରନ୍ତୁ

ସୁସ୍ଥ ଓ ଫିଟ୍ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ । ବ୍ୟାୟାମ ସମୟକୁ ଆପଣ ନିଜ ଅନୁସାରେ କମାଇପାରନ୍ତି ଓ ବଢ଼ାଇ ବି ପାରିବେ । ସର୍ବଦା ଖାଇବା ପରେ ଅଳ୍ପ ସମୟ ଚାଲିବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ । ଏପରି କରିବା ଦ୍ୱାରା ବଡ଼ ବଡ଼ ରୋଗକୁ ଦୂର କରିପାରିବେ ।

ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ

ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶୁଅନ୍ତୁ । ଶୋଇବା ଦ୍ୱାରା ରକ୍ତଚାପ, ମଧୁମେହର ଆଶଙ୍କା କମାଇପାରିବେ । ଏହା ଛଡ଼ା ଷ୍ଟ୍ରେସ୍ ବି କମିଯାଏ ।

 

Get real time updates directly on you device, subscribe now.