fbpx

ସପ୍ତାହରେ ଥରେ ମାତ୍ର କରନ୍ତୁ ଏହି କାମ, ହୃଦୟ ସୁସ୍ଥ ରହିବା ସହ ହୃଦଘାତ ସମସ୍ୟାରୁ ମିଳିବ ମୁକ୍ତି

ଭାରତରେ ଦିନକୁ ଦିନ କ୍ୟାନ୍ସର ଓ ଡାଇବେଟିସ୍ ଭଳି ହୃଦୟ ଜନିତ ସମସ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଲୋକମାନେ ଅଳ୍ପ ବୟସରୁ ହୃଦଘାତରେ ଆକ୍ରାନ୍ତ ହେବା ସହ ଅନେକ ପ୍ରାଣ ମଧ୍ୟ ହରାଉଛନ୍ତି । ତେବେ ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ହୃଦରୋଗକୁ ରୋକି ପାରିବେ । ସପ୍ତାହରେ ମାତ୍ର ଗୋଟିଏ ଦିନ ଏହି କାମ କରିବା ଦ୍ୱାରା ହୃଦରୋଗର ଆଶଙ୍କାକୁ ହ୍ରାସ କରାଯାଇପାରିବ, ଯାହା ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ।

ହାର୍ଭାର୍ଡ ମେଡିକାଲ ସ୍କୁଲ କରିଥିବା ଅନୁସନ୍ଧାନ ଅନୁଯାୟୀ, ଯେଉଁମାନେ ସପ୍ତାହରେ ଥରେ ବ୍ୟାୟାମ କରିଥିଲେ ସେମାନଙ୍କ ମଧ୍ୟରେ ହୃଦଘାତ ଭଳି ରୋଗର ଲକ୍ଷଣ କମ୍ ରହିଛି । ତେବେ ଏହି ଅନୁସନ୍ଧାନରେ ୯ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ଯେଉଁ ଲୋକମାନେ ବ୍ୟାୟାମ କରନ୍ତି ସେମାନଙ୍କୁ ଅନ୍ୟ ଲୋକଙ୍କ ତୁଳନାରେ ହୃଦରୋଗର ଆଶଙ୍କା କମ୍ ଥିବା ଜଣା ପଡିଛି ।

ତେବେ ବ୍ୟାୟାମରେ ସାଇକେଲ ଚଲାଇବା, ପହଁରିବା ଏବଂ ଦୌଡିବା ଭଳି ହାଲୁକା କାର୍ୟ୍ୟ କରିପାରିବେ । ଏହି ପ୍ରକାର ବ୍ୟାୟାମ କରିବା ଦ୍ୱାରା ଶରୀରର ରକ୍ତ ସଞ୍ଚାଳନ ମଜବୁତ ରହିଥାଏ, ଯାହା ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ । ସପ୍ତାହରେ ଗୋଟିଏ କିମ୍ବା ଦୁଇ ଦିନ ବ୍ୟାୟାମ କଲେ ହୃଦୟରେ ରକ୍ତ ପ୍ରଭାବ ଠିକ୍ ରହିଥାଏ । ଏହି କାରଣରୁ ଶରୀରରେ କୋଲେଷ୍ଟ୍ରଲ ସ୍ତର ମଧ୍ୟ ନିୟନ୍ତ୍ରଣରେ ରୁହେ ଏଭଳି ପରିସ୍ଥିତିରେ ହୃଦଘାତର ସମ୍ଭାବନା କମ୍ ଥାଏ ।

ତେବେ ଡାକ୍ତରମାନଙ୍କ କହିବା ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ଲୋକମାନଙ୍କ ଖାଇବା-ପିଇବା ଶୈଳୀରେ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ଲୋକମାନେ ଅଧିକ ଫାଷ୍ଟଫୁଡ ଖାଉଛନ୍ତି । ବିଳମ୍ବିତ ରାତି ପର୍ୟ୍ୟନ୍ତ ଅନିଦ୍ରା ରହିବା ଅଭ୍ୟାସରେ ପରିଣତ ହୋଇଗଲାଣି । ଏହି ସବୁ ଜିନିଷ ହୃଦୟର ରୋଗ ବଢାଉଛି । ତେବେ ଲୋକମାନେ ନିଜ ଖାଦ୍ୟପେୟର ଧ୍ୟନ ରଖିବା ସହ ଠିକ୍ ଖାଦ୍ୟ ଖାଇବା ଦ୍ୱାରା ହୃଦରୋଗକୁ ରୋକା ଯାଇପାରିବ ।

Get real time updates directly on you device, subscribe now.