ମାର୍ଚ୍ଚ ୮ ରେ ସୁଭଦ୍ରା ଯୋଜନାର କିସ୍ତି ପାଇବାକୁ ଚାହୁଁଛନ୍ତି କି ? ତେବେ ଜାଣନ୍ତୁ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର : ଆସନ୍ତା ୨୦୨୫ ମାର୍ଚ୍ଚ ୮ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି ଟଙ୍କା। ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିସାରିଛି । ୪ର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ମିଳିଛି ଟଙ୍କା । ଆଉ କିଛି ହିତାଧିକାରୀ ବାକି ରହିଥିବା ବେଳେ ସେମାନଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିବା ନେଇ ସୂଚନା ଦେଇସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ତେବେ ୨ୟ କିସ୍ତି ଆସିବା ପୂର୍ବରୁ ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା ମିଳିପାରେ । ଏ ନେଇ ଇସାରା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବର୍ତ୍ତମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା ଟଙ୍କା ପାଇସାରିଥିବା ବେଳେ ଆଉ ୨ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା ।

ଭାଗ୍ୟବାନ ୨ ଲକ୍ଷ ମହିଳାଙ୍କୁ ପ୍ରଥମ କିସ୍ତର ଶେଷ ପର୍ଯ୍ୟାୟ ଟଙ୍କା ମିଳିବ । ୨ ଲକ୍ଷ ମହିଳାଙ୍କୁ ମାର୍ଚ୍ଚ ୮ ତାରିଖ ପୂର୍ବରୁ ହିଁ ସୁଭଦ୍ରା ପ୍ରଥମ କିସ୍ତି ମିଳିବା ନେଇ ସୂଚନା ଦେଇସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ପର୍ଯ୍ୟାୟ ସୁଭଦ୍ରା ଟଙ୍କା କେଉଁ ତାରିଖରେ ମିଳିବ? ଜାଣନ୍ତୁ…

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି , ବାକିଥିବା ଇ-କେୱାଇସି ଆଉ NPCIରୁ ପାଖାପାଖି ୨୫ ପ୍ରତିଶତ କ୍ଳିଅର ହୋଇଛି । ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେୱାଇସି କରିବାକୁ ବାକି ଅଛି । ସେମାନେ କରିବା ପରେ ତାଙ୍କୁ ମଧ୍ୟ ୨ୟ ପର୍ଯ୍ୟାୟରେ ଏକାବେଳେ ଦୁଇଟି କିସ୍ତି ଟଙ୍କା ମିଳିବ । ସିଧାସଳଖ ବ୍ୟାଙ୍କ ଖାତାକୁ ଆସିବ ଟଙ୍କା । NPCI କ୍ଲିୟର ହୋଇନଥିଲେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯାଇପାରିବ ନାହିଁ ।

ସୁଭଦ୍ରା ଯୋଜନା ପାଇଁ ଯୋଗ୍ୟତା ମାନଦଣ୍ଡ:
ସୁଭଦ୍ରା ଯୋଜନାରେ ଯୋଗ୍ୟତା ପାଇଁ, ଆବେଦନକାରୀଙ୍କ ବୟସ 21 ରୁ 60 ବର୍ଷ ମଧ୍ୟରେ ହେବା ଆବଶ୍ୟକ, ବାର୍ଷିକ 2.5 ଲକ୍ଷ ଟଙ୍କା କିମ୍ବା ତା’ଠାରୁ କମ୍ ପରିବାର ଆୟ ଥିବା ଆବଶ୍ୟକ।

ଏହା ସହିତ, ସେମାନଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅଧୀନରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ତଥାପି, ସରକାରୀ କର୍ମଚାରୀ, ଆୟକରଦାତା ଏବଂ ପାଞ୍ଚ ଏକରରୁ ଅଧିକ ଜଳସେଚିତ କିମ୍ବା 10 ଏକର ଅଣ-ଜଳସେଚିତ ଜମି ଥିବା ପରିବାରକୁ ବାଦ ଦିଆଯାଇଛି।

ଅନ୍ୟ ଯୋଜନାରୁ ମାସିକ 1,500 ଟଙ୍କାରୁ ଅଧିକ କିମ୍ବା ବାର୍ଷିକ 18,000 ଟଙ୍କା ପାଉଥିବା ମହିଳାମାନେ ମଧ୍ୟ ଅଯୋଗ୍ୟ।

ସୁଭଦ୍ରା ଯୋଜନାର ଆବେଦନ ପ୍ରକ୍ରିୟା:
1. ଆଧାର ଏବଂ ବାସସ୍ଥାନ ପ୍ରମାଣପତ୍ର ସହିତ ଅଙ୍ଗନୱାଡି କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ର (CSC) ରେ ଆବେଦନ ଦାଖଲ କରାଯାଏ।

2. ସୁଭଦ୍ରା ପୋର୍ଟାଲ୍ / ଆପରେ ମୁଖ ପ୍ରମାଣୀକରଣ ମାଧ୍ୟମରେ ବାଧ୍ୟତାମୂଳକ ଇ-କେୱାଇସି ସୁରକ୍ଷା ସୁନିଶ୍ଚିତ କରେ।

3. ଆଧାର-ବ୍ୟାଙ୍କ ମେଳ କିମ୍ବା ଅସମ୍ପୂର୍ଣ୍ଣ ଫର୍ମ ଯୋଗୁଁ ଆବେଦନ ପ୍ରତ୍ୟାଖ୍ୟାନ ହୋଇପାରେ।