fbpx

୧୭ ବର୍ଷୀୟ ଯୁବକଙ୍କ ଛାତିରୁ ଡାକ୍ତର ବାହାର କଲେ ୧.୯ କେଜିର ଏକ ବଡ଼ ଟ୍ୟୁମର

Advertisement

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକଙ୍କର ଶରୀରରେ ବଡ଼ ଟ୍ୟୁମର ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ଡାକ୍ତର ସର୍ଜରୀ ମାଧ୍ୟମରେ ତାହାକୁ ବାହାର କରିଥାନ୍ତି । ତେବେ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ୧୭ ବର୍ଷୀୟ ଯୁବକଙ୍କର ଛାତିରୁ ଡାକ୍ତର ୧.୯ କେଜିର ଏକ ଟ୍ୟୁମର ବାହାର କରିଛନ୍ତି । ଉକ୍ତ ଟ୍ୟୁମରକୁ ଥାଇମୋଲିପୋମା କୁହାଯାଉଛି ।

ଖବର ମୁତାବକ, ଗୁରୁଗ୍ରାମର ଫୋର୍ଟିସ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ରୋଗୀ ଶରୀରରେ ଏକ ଦୁର୍ଲ୍ଲଭ ଟ୍ୟୁମର ରହିଥିବା ଡାକ୍ତର ସିଟି ସ୍କାନ କରି ଜାଣିପାରିଥିଲେ । ୧୭ ବର୍ଷୀୟ ଯୁବକ ସକ୍ଷମ ଚୌହାନଙ୍କର ଛାତିର କୋଭିଟିର ଦୁଇ-ତୃତୀୟାଂଶ ଅଂଶକୁ ଉକ୍ତ ଟ୍ୟୁମର କବଜା କରିନେଇଥିଲା । ସେହି କାରଣରୁ ରୋଗୀର ଫୁସଫୁସ ଓ ହୃଦୟ ଉପରେ ଚାପ ପଡ଼ିବା ସହ ସେହି ଅଙ୍ଗଗୁଡ଼ିକ ପୂର୍ଣ୍ଣ କ୍ଷମତାରେ କାର୍ଯ୍ୟ କରିପାରୁନଥିଲେ ।

ଏହାପରେ ଡାକ୍ତର ଏକ ବିପଜ୍ଜନକ ଅପରେସନ୍ କରି ରୋଗୀର ଛାତିରୁ ଏକ ବିଶାଳ ଟ୍ୟୁମରକୁ ସଫଳତାପୂର୍ବକ ବାହାର କରିଥିଲେ । ରୋଗୀକୁ ହସ୍ପିଟାଲ ଅଣାଯିବା ସମୟରେ ତାଙ୍କର ଛାତି ଓ ବେକରେ ଯନ୍ତ୍ରଣା ହେବା ସହିତ ଜ୍ୱର ହେଉଥିଲା । ତେବେ ଡାକ୍ତର ପ୍ରଥମେ ଟାଇଫଏଡ ଭାବି ରୋଗୀର ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ଏକ ହାଇ-ରିଜୋଲ୍ୟୁସନ ସିଟି ସ୍କାନ କରିବା ପରେ ଟ୍ୟୁମର ବିଷୟରେ ଜଣାପଡ଼ିଥିଲା । ହରମୋନ ଅଭିବୃଦ୍ଧିର ଅସନ୍ତୁଳନ କାରଣରୁ ଲିମ୍ଫୋସାଇଟସ ଦ୍ରୁତ ଗତିରେ ବଢ଼ିଯାଇଥିଲା, ଫଳରେ ଟ୍ୟୁମର ସୃଷ୍ଟି ହୋଇଥିଲା ବୋଲି କୁହାଯାଉଛି ।

Get real time updates directly on you device, subscribe now.