fbpx

ପନିର୍ ଏବଂ ଅଣ୍ଡା ଏକାଠି ଖାଇଲେ କମେ କି ଓଜନ? ଜାଣନ୍ତୁ ଏହାର ସତ୍ୟତା

ଓଡିଶା ଭାସ୍କର: ଆଜିର ସମୟରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଓଜନ କମାଇବାକୁ ବହୁତ ଚିନ୍ତିତ ଥାନ୍ତି । ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ନେଇଥାନ୍ତି । କିନ୍ତୁ ଏହା ସେମାନଙ୍କୁ ଉପଯୁକ୍ତ ଫଳାଫଳ ଦେଇନଥାଏ । ତେବେ ଓଜନ ନିୟନ୍ତ୍ରଣ କରିବା ପାଇଁ କିଛି ଲୋକେ ଆଣ୍ଡା ଓ ପନିର ଖାଇଥାନ୍ତି । କାରଣ ଉଭୟରେ କ୍ୟାଲୋରୀ କମ୍ ଓ ପ୍ରୋଟିନର ମାତ୍ରା ଅଧିକ ରହିଥାଏ । ଯେତେବେଳେ ପ୍ରୋଟିନ୍ ବିଳମ୍ବରେ ହଜମ ହୁଏ, ଏହା ଓଜନ କମାଇବାରେ ସାହାଯ୍ୟ କରେ । ଏଥି ସହିତ ଏହି ଦୁଇଟି ଜିନିଷ ଭୋକ କମ୍ କରାଉଥିବା ହରମୋନକୁ ମଧ୍ୟ ବୃଦ୍ଧି କରାଇଥାଏ । ତେବେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସେ, ଯେ ଅଣ୍ଡା ଓ ପନିରକୁ ଏକାଠି ଖାଇବା ଆମ ଶରୀରକୁ କେଉଁ ପ୍ରକାର ଲାଭ ଦେଇଥାଏ ? ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର…

ପନିର କିପରି କରେ ଓଜନ ହ୍ରାସ: ପନିର ଆମ ଶରୀର ପାଇଁ ଶକ୍ତିର ଉତ୍ସ ଅଟେ । ଏହାକୁ ଖାଇବା ଦ୍ୱାରା ଆମେ ଅତି ସହଜରେ ଦୈନନ୍ଦିନ କାର୍ଯ୍ୟକଳାପ କରିପାରୁ । କିନ୍ତୁ ପନିରର ଏପରି ଅନେକ ସୁସ୍ୱାଦୁ ଜିନିଷ ଅଛି ଯାହା ଓଜନ ବୃଦ୍ଧି କରିଥାଏ । ବିଶେଷ କରି ସେହି ପନିର ଓଜନ ବୃଦ୍ଧି କରେ ଯେଉଁଥିରେ ତେଲ ଓ ମସଲା ଅଧିକ ପରିମାଣରେ ବ୍ୟବହାର ହୋଇଥାଏ । ତେଣୁ ଯେଉଁମାନେ ଓଜନ ହ୍ରାସ କରାଇବାକୁ ଚାହୁଁଛନ୍ତି ସେମାନେ ପନିରର ସୁସ୍ଥ ବିକଳ୍ପ ବାଛିବା ଉଚିତ୍ ।

ଅଣ୍ଡା ଦ୍ୱାରା କିପରି ହୋଇଥାଏ ଓଜନ ହ୍ରାସ: ଅଣ୍ଡା ଆମ ଶରୀର ପାଇଁ ଲାଭ ଦାୟକ, ଏଥିରେ କୌଣସି ସନ୍ଦେହ ନାହିଁ । ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ଥିବା ଅତ୍ୟାବଶ୍ୟକ ଆମିନୋ ଏସିଡ୍ ସନ୍ତୁଳନ ରକ୍ଷା କରିଥାଏ । ଅଣ୍ଡା ଆମର ମେଟାବୋଲିଜିମ୍ ବଢାଇ ଓଜନ କମାଇବାରେ ସହାଯ୍ୟ କରେ । ଏଥିସହିତ ଏହା ଅଣ୍ଟା ଓ ପେଟରେ ଥିବା ଚର୍ବିକୁ ମଧ୍ୟ କମ୍ କରିଥାଏ ।

ପନିର ଓ ଅଣ୍ଡାକୁ ଏକାସାଙ୍ଗରେ ଖାଇଲେ କି ଲାଭ ମିଳେ: ଓଜନ କମାଇବା ଏବଂ ମାଂସପେଶୀକୁ ମଜବୁତ କରିବା ପାଇଁ ପ୍ରୋଟିନଯୁକ୍ତ ଅଣ୍ଡା ଓ ପନିରର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଜନ କମାଇବା ପାଇଁ ଉଭୟ ଭଲ କାମ କରିଥାନ୍ତି । ତେଣୁ ଆପଣ ଏକା ସାଙ୍ଗରେ ଅଣ୍ଡା ଓ ପନିର ଖାଇପାରିବେ । ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ । ତେବେ ଏହାକୁ ଅଧିକ ପରିମାଣର ଖାଇବା ଉଚିତ୍ ନୁହେଁ । ନଚେତ୍ ଏହା ଆମ ଶରୀରରେ କ୍ଷତି ଘଟାଇଥାଏ ।

Get real time updates directly on you device, subscribe now.