ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହେବ ଉବୟ ବୁଲା ଏବଂ ପୋଷା କୁକୁରର ଗଣନା। ଏନେଇ ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ। ସେ କହିଛନ୍ତି ଯେ, କୁକୁରଙ୍କ କାନରେ ଟ୍ୟାଗ ଲଗାଯିବ। ଏହାର ସବୁ ତଥ୍ୟ ବିଏମସି ପାଖରେ ରହିବ।
ସେ ଆହୁରି କହିଛନ୍ତି ଯେ, ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି, ସବୁ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ଏହା ଦ୍ୱାରା ସହର ସୁନ୍ଦର ରହିବ, କୁକୁର ସୁରକ୍ଷିତ ରହିବେ।
ଆଜି, ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ବୁଲା କୁକୁରମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଧରାପଡ଼ିଥିବା କୁକୁରମାନଙ୍କୁ ବନ୍ଧ୍ୟାକରଣ ଏବଂ ଟୀକାକରଣ ପରେ ମୁକ୍ତ କରାଯିବା ଉଚିତ।
କୋର୍ଟ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାବିଜ୍ ସଂକ୍ରମିତ ଅସୁସ୍ଥ କିମ୍ବା ହିଂସ୍ର କୁକୁରମାନଙ୍କୁ ମୁକ୍ତ କରାଯିବା ଉଚିତ୍ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଆମେ ଆମେ ଏହି ମାମଲାକୁ ସମଗ୍ର ଦେଶ ପାଇଁ ଲାଗୁ କରୁଛୁ। ଆମେ ସମସ୍ତ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରୁଛୁ ଏବଂ ହାଇକୋର୍ଟରେ ବିଚାରାଧୀନ ସମସ୍ତ ମାମଲାକୁ ଏଠାକୁ ସ୍ଥାନାନ୍ତର କରୁଛୁ।