fbpx

ଏମିତି ଗାଁ ; ଯେଉଁଠି ରହିଛି କୁକୁର ସମାଧି, ପୂଜା କରନ୍ତି ଗାଁ ଲୋକେ

ରାଜସ୍ଥାନ : ଆମେ ଜାଣିଛେ ମଣିଷ ମରିଯିବା ପରେ ତାଙ୍କ ସ୍ମୃତିରେ ସ୍ମାରକୀ କରାଯାଏ । ଆଉ ସେଇ ସ୍ମାରକୀକୁ ମଧ୍ୟ ଆମେ ପୂଜାର୍ଚ୍ଚନା କରିଥାଉ । ଆପଣ ମଧ୍ୟ ଅନେକ ସ୍ମାରକୀ ବିଷୟରେ ଜାଣିଥିବେ, ଦେଖିଥିବେ ନିଶ୍ଚୟ । କିନ୍ତୁ ଆଜି ଆମେ ଏପରି ସ୍ମାରକୀ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଦେଖିବା ତ ଦୂରର କଥା ଶୁଣି ମଧ୍ୟ ନ ଥିବେ । ଏହି ସ୍ମାରକୀ ହେଉଛି ଗୋଟିଏ କୁକୁରର । ଆଉ ଏହି କୁକୁରର ସ୍ମାରକୀକୁ କରାଯାଏ ପୂଜା । ଆପଣଙ୍କୁ ଏହି କଥା ଶୁଣି ଟିକିଏ ଝଟ୍କା ଲାଗୁଥାଇପାରେ । କିନ୍ତୁ ଏହି କଥାଟି ସମ୍ପୂର୍ଣ୍ଣ ସତ ।

ରାଜସ୍ଥାନର ଜାଲୋର ପାରାଟିଲୋଡା-ଦାଦଲ ରାସ୍ତାରେ ଏକ କୁକୁରର ସ୍ମାରକୀ ନିର୍ମାଣ କରାଯାଇଛି । ସେଠାରେ ଏହି କୁକୁର ସ୍ମାରକୀକୁ ପୂଜା କରାଯାଇତାଏ । ତେବେ କୁକୁରର ଏଭଳି ସ୍ମାରକୀ କାହିଁକି ନିର୍ମାଣ କରାଯାଇଛି, ତାକୁ ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ । ଏହି ସ୍ମାରକୀଟି ଜାଲୋର-ବାଗୋଡା ମୁଖ୍ୟ ରାସ୍ତା କଡ଼ରେ ରହିଛି । ବହୁ ବର୍ଷ ପୂର୍ବରୁ ତିଲୋଡାର ଭାଚାଲଡାଇ ଅଞ୍ଚଳ ଏକ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ବହୁ ଜଙ୍ଗଲୀ ପ୍ରାଣୀ ଏହି ଅଞ୍ଚଳରେ ବୁଲୁଥିଲେ । ଏମିତି କି ଏହି ବନ୍ୟଜନ୍ତୁମାନଙ୍କ ମଧ୍ୟରୁ ଏପରି ଅନେକ ପଶୁ ଥିଲେ, ଯାହାକୁ ଲୋକମାନେ ଶିକାର ବି କରୁଥିଲେ । ଏଠାରେ ବହୁ ବଣୁଆ ଘୁଷୁରୀ ଥିଲେ । ନିକଟବର୍ତ୍ତୀ ଅଞ୍ଚଳ ତଥା ପଡୋଶୀ ଜିଲ୍ଲାଗୁଡ଼ିକରୁ ଶିକାରୀ ମାନେ ଆସି ସେମାନଙ୍କୁ ଶିକାର କରୁଥିଲେ । ସେହିଭଳି ପଡୋଶୀ ଜିଲ୍ଲା ବାରମର ଭାଖରପୁର ଗାଁର କିଛି ଶିକାରୀ ମଧ୍ୟ କୁକୁରମାନଙ୍କ ସହିତ ଶିକାର କରିବାକୁ ସେଠାକୁ ଆସିଥିଲେ । ଶିକାର ସମୟରେ ଘୁଷୁରିମାନଙ୍କ ଆକ୍ରମଣରେ ଗୋଟେ କୁକୁର ଆହତ ହୋଇଥିଲା । କିଛି ଦିନ ପରେ ସେହି କୁକୁରର ମୃତ୍ୟୁ ହେଲା । ପରେ ପରେ ବହୁ ବର୍ଷ ଧରି ଭାଖରପୁର ବଦମର୍ ଗାଁର ଏହି ଶିକାରୀମାନେ ଶାରୀରିକ, ମାନସିକ ଏବଂ ଅର୍ଥନୈତିକ ସମସ୍ୟା ସହ ସମ୍ମୁଖୀନ ହେଲେ ।

ତେଣୁ ଏହି ଶିକାରୀ ପରିବାର ଏକ ତାନ୍ତ୍ରିକଙ୍କୁ ଭେଟିଥିଲେ ।ଆଉ ସେହି ତାନ୍ତ୍ରୀକ ଜଣକ ମୃତ କୁକୁର ପାଇଁ ଏକ ସ୍ମାରକୀ ତିଆରି କରିବା ପାଇଁ ପରାମର୍ଶ ଦେଇଥିଲେ । କହିଲେ ଯାହାଦ୍ୱାରା ଆପଣଙ୍କ ଜୀବନରେ ସୁଖ ଏବଂ ଶାନ୍ତି ଭରିଯିବ । ତାନ୍ତ୍ରିକ ତାଙ୍କର ତଥାକଥିତ ତନ୍ତ୍ର ଆଧାରରେ ମୃତ କୁକୁରର ସ୍ମାରକୀ ପାଇଁ ସ୍ଥାନ ଚିହ୍ନଟ କଲେ । ପରେ ଶିକାରୀଙ୍କ ପରିବାର ପକ୍ଷରୁ କୁକୁର ପାଇଁ ଏକ ସ୍ମାରକୀ ନିର୍ମାଣ କରାଗଲା । ପରେ ସେମାନଙ୍କ ଘରେ ସମସ୍ୟା ଦୂର ହୋଇଗଲା ବୋଲି ସେମାନେ କୁହନ୍ତି । ଏହି ସ୍ମାରକୀକୁ ପ୍ରତ୍ୟେକ ଦିନ ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି ।

Get real time updates directly on you device, subscribe now.