fbpx

(Video) ପାଣିରେ ଡଲଫିନ୍‌ଙ୍କ ସହ ଫୁଟବଲ୍ ଖେଳିଲା କୁକୁର; ଭିଡିଓ ଭାଇରାଲ

Advertisement

ନୂଆଦିଲ୍ଲୀ: ବନ୍ଧୁତାର ଅନେକ ଉଦାହରଣ ବିଭିନ୍ନ ଫିଲ୍ମରେ ଦେଖିବାକୁ ମିଳେ। ଏଭଳି କିଛି ବନ୍ଧୁତାର ଉଦାହରଣ ଦେଖିବାକୁ ମିଳିଛି କୁକୁର ଓ ଡଲଫିନ୍ ଭିତରେ। କୁକୁର ଓ ଡଲଫିନର ଫୁଟବଲ୍ ଖେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆପଣଙ୍କ ପିଲାବେଳକୁ ମନେ ପକାଇଦେବେ । ଏହି ଭିଡିଓରେ କୁକୁରଟି ତାର ମୁଁହରେ ଡଲଫିନକୁ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଛି।

ଏମାନଙ୍କୁ ଦେଖିଲେ ଲାଗୁଛି କୁକୁର ଓ ଡଲ୍ଫିନର ଏହି ବନ୍ଧୁତାର କାହାଣୀ ଦିନେ କି ଦୁଇ ଦିନ ନୁହେଁ ବରଂ ବହୁ ବର୍ଷ ପୁରୁଣା । କୁକୁରଟି ପାଣି ଭିତରେ ଡଲଫିନ୍ ସହ ବନ୍ଧୁତା କରିଥିଲା। ସେହି ସମୟରେ ଏହି ଡଲଫିନ୍ ବି ତାଙ୍କର ବନ୍ଧୁ ପଣିଆକୁ ଏଠାରେ ଚିତ୍ରଣ କରିଛନ୍ତି । ଏହି ଭିଡିଓ ଦେଖିବା ପରେ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ । ଦେଖନ୍ତୁ କିପରି ସେମାନେ ପରସ୍ପରକୁ ଫୁଟବଲ୍ ପକାପକି ହୋଇ ଖେଳୁଛନ୍ତି ।

 

Get real time updates directly on you device, subscribe now.