fbpx
BSKY
BJD MC SKY
BJD MS SKY

(Video) ସମ୍ପର୍କର ପ୍ରମାଣ ଦେଉଛି ଲୁହର ଧାର: ମଣିଷ-ପଶୁ ପ୍ରେମର ଅଗ୍ନିପରୀକ୍ଷା ଦେଉଛି କୁକୁର

ନୂଆଦିଲ୍ଲୀ: ଆଜିର ସମୟରେ ମଣିଷ ରକ୍ତର ସମ୍ପର୍କକୁ ବି ବୁଝୁନାହିଁ । ଟଙ୍କା ପାଇଁ ଭାଇ-ଭାଇ, ସ୍ୱାମୀ-ସ୍ତ୍ରୀ, ବାପା-ପୁଅଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଥିବା ଦେଖାଯାଉଛି । ସାମାନ୍ୟ କେଇଟା ଟଙ୍କା ପାଇଁ ମଣିଷ ବର୍ଷ ବର୍ଷର ନିବିଡ଼ ସମ୍ପର୍କକୁ କୁଠାରଘାତ କରି ଦେଉଛି । ମାତ୍ର ପଶୁ ହେଲେ ବି କୁକୁର ମଣିଷର ଦୁଃଖକୁ ବୁଝି ପାରିଛି । ଏହା ବାରମ୍ବାର ପ୍ରମାଣିତ ହୋଇଛି । ନିଜ ଜୀବନକୁ ବାଜି ଲଗାଇ କୁକୁର ମାଲିକର ଜୀବନକୁ ରକ୍ଷା କରିଛି ।

ଏହା ମଧ୍ୟରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି କେରଳର କୁନ୍ନୁର ଜିଲ୍ଲା ହସ୍ପିଟାଲ ଅଞ୍ଚଳରେ । ୪ ମାସ ପୂର୍ବରୁ ମାଲିକର ମୃତ୍ୟୁ ଘଟିଥିଲେ ଏକଥା ବୁଝୁନାହିଁ ତାକୁ ଅନ୍ତରରୁ ଭଲ ପାଉଥିବା ଏଇ କୁକୁରଟି । ସେଥିପାଇଁ ୪ ମାସ ଧରି କୁକୁରଟି ତା’ର ପ୍ରିୟ ମାଲିକକୁ ଖୋଜି ବୁଲୁଛି । ପୁଣି ଦିନେ ତା’ର ମାଲିକ ଆସିବ ଆଉ ତାକୁ ତା’ର ମନ ପସନ୍ଦର ଖାଦ୍ୟ ଖାଇବାକୁ ଦେବ, ତାକୁ ଆଉଁଷି ଦେବ । ବୋଧହୁଏ ଏଇ ଆଶା ମନରେ ବାନ୍ଧି ଅପେକ୍ଷା କରିଛି କୁକୁରଟି । ମଣିଷ-ପଶୁ ପ୍ରେମର ଏଭଳି ଏକ କାହାଣୀର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ହସ୍ପିଟାଲକୁ ଜଣେ ରୋଗୀଙ୍କ ସହିତ କୁକୁରଟି ଆସିଥିଲା । ଦୁର୍ଭାଗ୍ୟବଶତଃ ରୋଗୀଙ୍କର ମୃତ୍ୟୁ ଘଟିଥିଲା । ତେବେ ମାଲିକଙ୍କୁ ଶବଗ୍ରହକୁ ନିଆଯାଉଥିବା କୁକୁରଟି ଦେଖିଦେଇଥିଲା । ତେଣୁ ତା’ର ମାଲିକ ସେଠାରେ ରହିଥିବ ବୋଲି କୁକୁରଟି ଆଜି ବି ବିଶ୍ୱାସ କରୁଛି । ମାଲିକ ଯେ ମରିଯାଇଛନ୍ତି ସେକଥା କୁକୁରଟି ଜାଣିନାହିଁ । ସେଥିପାଇଁ ସେ ୪ ମାସ ଧରି ମାଲିକକୁ ଅପେକ୍ଷା କରି ରହିଥିବା ହସ୍ପିଟାଲର ଜଣେ କର୍ମଚାରୀ କହିଛନ୍ତି । ଏହି ଭିଡିଓ ଦେଖିବା ପରେ ଟ୍ୱିଟରରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଥିବାର ଦେଖାଯାଇଛି ।

Get real time updates directly on you device, subscribe now.