fbpx

କୁକୁର ପ୍ରତି ସାବଧାନ୍! ମଣିଷଙ୍କ ପାଇଁ ବିପଦ ସାଜିଛି କୁକୁର; Ban ଲଗାଇବାକୁ ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଗତ କିଛି ବର୍ଷ ଭିତରେ କୁକୁର କାମୁଡ଼ାର ଅନେକ ଭୟାନକ ପରିଣାମ ଦେଖିବାକୁ ମିଳୁଛି । ପୋଷା କୁକୁର କାମୁଡ଼ାରେ ମାଲିକ କିମ୍ବା ପରିବାରର କୌଣସି ସଦସ୍ୟ ବିପଦରେ ପଡ଼ିଥିବାର ଅନେକ ଉଦାହରଣ ରହିଛି । ଏଭଳି ଆଉ ଏକ ମାମଲା ଏବେ ଲକ୍ଷ୍ନୌରେ ଦେଖିବାକୁ ମିଳିଛି, ଯେଉଁଥିରେ କୁକୁର କାମୁଡ଼ା ଯୋଗୁଁ ଜଣେ ବୟସ୍କା ମହିଳା ପ୍ରାଣ ହରାଇଛନ୍ତି । ତାଙ୍କର ପିଟବୁଲ ପୋଷା କୁକୁର ତାଙ୍କୁ ଏକୁଟିଆ ଦେଖି ହଠାତ୍ ଆକ୍ରମଣ କରିଥିଲା, ଯାହାଫଳରେ ମହିଳାଙ୍କର ମୃତ୍ୟୁ ଘଟିଛି । ତେବେ ଏହା ଏକମାତ୍ର ଘଟଣା ନୁହେଁ, ଏଭଳି ଅନେକ ଘଟଣା ବାରମ୍ବାର ସାମନାକୁ ଆସିଛି । ତେଣୁ ଏଭଳି ମାମଲାକୁ ନେଇ ଏବେ ସରକାର ମଧ୍ୟ ଆକ୍ସନକୁ ଆସିଛନ୍ତି । କିଛି ପ୍ରଜାତିର କୁକୁରଙ୍କ ଉପରେ ବ୍ୟାନ୍ ଲଗାଇବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି ।

ପିଟବୁଲ, ରଟବିଲର, ଟେରିୟର, ଓଲ୍ଫ ଡଗ୍, ମାଷ୍ଟିଫ୍ସ ଇତ୍ୟାଦି ବିଦେଶୀ କୁକୁର ଆମଦାନୀ ସହିତ ବ୍ରିଡିଙ୍ଗ ଏବଂ ସେମାନଙ୍କ ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି । ଏକ ସମତିର ସୁପାରିଶ ଆଧାରରେ କେନ୍ଦ୍ର ସରକାର କିଛି ପ୍ରଜାତିର କୁକୁରଙ୍କ ଉପରେ ବ୍ୟାନ୍ ଲଗାଇବାକୁ ପରାମର୍ଶ ଦିଆଯାଇଛି । ସମିତି ତରପରୁ କୁହାଯାଇଛି ଯେ, ଏହି ବିଦେଶୀ ପ୍ରଜାତିର କୁକୁର ଖୁବ ବିପଦଜନକ ଏବଂ ଭାରତର ପରିସ୍ଥିତିରେ ସେମାନେ ଆହୁରି ଉଗ୍ର ହୋଇଯାଆନ୍ତି । ଏଭଳି କୁକୁରଙ୍କ ବ୍ୟତୀତ ମିକ୍ସ ଏବଂ କ୍ରସ ବ୍ରୀଡର ଅନ୍ୟ କୁକୁରମାନଙ୍କ ଉପରେ ମଧ୍ୟ ରୋକ୍ ଲାଗିବା ଆବଶ୍ୟକ ବୋଲି କେନ୍ଦ୍ର ତରଫରୁ କୁହାଯାଇଛି ।

ଏ ନେଇ ରାଜ୍ୟର ପଶୁପାଳନ ଏବଂ ଦୁଗ୍ଧ ବିଭାଗର ସ୍ଥାନୀୟ ସଂସ୍ଥା ଗୁଡ଼ିକୁ ଚିଠି ଲେଖି ଅପିଲ କରିଛନ୍ତି କେନ୍ଦ୍ର ସରକାର । କ୍ରସ ବ୍ରିଡିଙ୍ଗ ଏବଂ ବିଦେଶୀ ପ୍ରଜାତିର କୁକୁରମାନଙ୍କୁ ଲାଇସେନ୍ସ ବା ପରମିଟ ଜାରି କରିବାକୁ ଚିଠିରେ କୁହାଯାଇଛି । ଏହି କୁକୁରମାନଙ୍କ ବିକ୍ରି ଏବଂ ବ୍ରିଡିଙ୍ଗ ଉପରେ ମଧ୍ୟ ରୋକ ଲଗାଇବା ଆବଶ୍ୟକ ।

ସୂଚନା ଅନୁସାରେ, ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ଅନୁସାରେ, ଆନିମଲ ୱେଲଫେୟାର ବଡିଜ୍ ଏବଂ ଏକ୍ସପର୍ଟସର ଏକ କମିଟି ଗଠନ କରାଯାଇଛି । ବିଭାଗ ତରଫରୁ କୁହାଯାଇଛି ଯେ, ଯେଉଁ ଲୋକମାନେ ପୂର୍ବରୁ ଏଭଳି ପ୍ରଜାତିର କୁକୁର ରଖିଛନ୍ତି, ସେମାନଙ୍କର ବନ୍ଧ୍ୟାକରଣ କରିବାକୁ ହେବ । ଯାହା ଫଳରେ ଆଗକୁ ସେହି ପ୍ରଜାତିର କୁକୁର ଆଉ ଜନ୍ମ ନେଇପାରିବେ ନାହିଁ ।

ନିଷେଧାଦେଶ ପାଇଁ ସୁପାରିଶ କରାଯାଇଥିବା କ୍ରସ୍, ମିଶ୍ରିତ ଏବଂ ବିଦେଶୀ ପ୍ରଜାତିର କୁକୁର:

ପିଟବୁଲ୍ ଟେରିଅର, ଟୋସା ଇନୁ, ଆମେରିକୀୟ ଷ୍ଟାଫର୍ଡଶାୟର୍ ଟେରିଅର, ଫିଲା ବ୍ରାସିଲିରୋ, ଡୋଗୋ ଆର୍ଜେଣ୍ଟିନୋ, ଆମେରିକୀୟ ବୁଲଡଗ, ବୋଏସବୋଏଲ, କନଗାଲ, ସେଣ୍ଟ୍ରାଲ ,ସିଆନ୍ ସେଫାର୍ଡ, କାକେସିଆନ୍ ସେଫାର୍ଡ, ସାଉଥ୍ ଏସିଆନ୍ ସେଫାର୍ଡ, ଟୋନଜ୍ୟାକ, ସରପ୍ଲାନିନେକ, ଜାପାନୀ ତୋଷା ଏବଂ ଅକିତା, ମସ୍ତିଫସ, ରଟଲଭିୟର, ଟେରିଅର, ରୋଡେସିଆନ୍ ରିଜବ୍ୟାକ, ୱଲ୍ଫ ଡଗ୍, କନାରିଓ, କବାଶ, ମସ୍କୋ ଗାର୍ଡ, କେନ୍ କାର୍ସୋ ଇତ୍ୟାଦି ଏହି ତାଲିକାରେ ସାମିଲ ରହିଛନ୍ତି ।

Get real time updates directly on you device, subscribe now.