fbpx
BJD
BJD SKY
BJD SKY

ଚିଲିକାରେ ଚାଲିଛି ଡଲଫିନ୍ ଗଣନା

BJD

ଓଡ଼ିଶା ଭାସ୍କର: ଚିଲିକାରେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଡଲଫିନ୍ ଗଣନା ଦିନ ୧୨ଟାରେ ଶେଷ ହେବ । ଏହି ଡଲଫିନ୍ ଗଣନାରେ ୧୮ଟି ଟିମ୍ ନିୟୋଜିତ ଅଛନ୍ତି । ବୈଜ୍ଞାନିକ ଡଲଫିନ୍ ବିଶେଷୌଜ୍ଞ ଟିମରେ ସାମିଲ । ବାଇନୋକ୍ୟୁଲାର ଏବଂ ଜିପିଏସ୍ ଟ୍ରାକିଂ ଦ୍ୱାରା ଚାଲିଛି ଗଣନା । ଡଲଫିନ୍ ଗଣନା ପାଇଁ ଭସାପୋଲ ଓ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି । ସାତପଡ଼ା ଡିଭିଜନରେ ୮ଟି ଟିମ୍ ଏବଂ ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନରେ ୧୦ଟି ଟିମ୍ ନିୟୋଜିତ ଅଛନ୍ତି । ପ୍ରତ୍ୟେକ ଟିମରେ ଅଛନ୍ତି ୮ରୁ ୧୦ ଜଣ ସଦସ୍ୟ ସାମିଲ ଅଛନ୍ତି ।

ଯଦି କୋହଲା ପାଗ ରହିବ ତେବେ ଗଣନା ଆହୁରୀ ୩ ଦିନ ଚାଲିବ । ଚିଲିକା ନୀଳ ଜଳରାଶିରେ ଇରାୱାଡ଼ି ପ୍ରଜାତିର ଡଲଫିନ୍ ଦେଖାଯାଉଥିବା ବେଳେ ସାତପଡ଼ା ମୁହାଣ ଅଂଚଳରେ ବଟଲ ନୋଜ୍ ପ୍ରଜାତିର ଡଲଫିନ୍ ଦେଖାଯାଆନ୍ତି । ତେବେ ଗତ ବର୍ଷ ଚିଲିକାରେ ୧୭୩ଟି ଡଲଫିନ୍ ଠାବ ହୋଇଥିବା ବେଳେ ୧୫୪ଟି ଇରାୱାଡ଼ି ପ୍ରଜାତିର ଏବଂ ୧୯ଟି ୧୯ଟି ବଟଲ ନୋଜ୍ ପ୍ରଜାତିର ଥିଲେ ।

Get real time updates directly on you device, subscribe now.