fbpx

(Video) ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ, ୧୮ଟି ଟିମ୍ ହୋଇଛନ୍ତି ନିୟୋଜିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ସକାଳ ୬ଟାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହା ଚାଲିବ । ଏହି ଗଣନା କାର୍ଯ୍ୟରେ ମୋଟ ୧୮ଟି ଟିମ୍ ସାମିଲ ହୋଇଥିବା ବେଳେ ପ୍ରତ୍ୟେକ ଟିମରେ ୬ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଓୟୁଏଟି ଛାତ୍ରଛାତ୍ରୀ, ସିଡିଏ କର୍ମଚାରୀ ଓ ମଟର ବୋଟ ସଂଘର ସଦସ୍ୟମାନେ ଏଥିରେ ନିୟୋଜିତ ହୋଇଛନ୍ତି । ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ରମ୍ଭା ରେଞ୍ଜରେ ଡଲଫିନ୍ ଗଣନା କରାଯାଉଛି । ସାତପଡ଼ା ରେଞ୍ଚ ପଟୁ ୮ଟି ଦଳ ଓ ବାଲୁଗାଁ ରେଞ୍ଚ ପଟୁ ୧୦ଟି ଦଳ ଡଲଫିନ୍ ଗଣନା ଜାରି ରଖିଛନ୍ତି ।

ଆଜି ସକାଳୁ ଘନ କୁହୁଡ଼ି ଅଧିକ ଥିବାରୁ ଚିଲିକାରେ ଗଣନା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ସମସ୍ତ ଗଣନାକାରୀ ଦଳ ଗଣନା କରି ସାରି ବିଭାଗକୁ ରିପୋର୍ଟ ହସ୍ତାନ୍ତର ଦେବା ପରେ ଚୂଡ଼ାନ୍ତ ରିପୋର୍ଟ ଜଣାପଡ଼ିବ । ଚିଲିକାରେ ଇରାୱାଡ଼ି ଡଲଫିନ କେତେ ସଂଖ୍ୟାରେ ରହିଛନ୍ତି ତାହା ଜାଣିବା ପାଇଁ ପ୍ରତ୍ୟେକ ବର୍ଷ ଚିଲିକା ବନାଞ୍ଚଳ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଗଣନା କରାଯାଇଥାଏ । ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୪ ତାରିଖରେ ଚିଲିକାରେ ଓ ୭ ତାରିଖରେ ହିରାକୁଦ ଜଳଭଣ୍ଡାରେ ପକ୍ଷୀ ଗଣନା କରାଯାଇଥିଲା ।

Get real time updates directly on you device, subscribe now.