ଟ୍ରମ୍ପ ୨ ଏପ୍ରିଲରେ ଲାଗୁ କରିବେ ରେସିପ୍ରୋକାଲ ଟାରିଫ, ୧ ଏପ୍ରିଲରେ କାହିଁକି ନୁହେଁ ନିଜେ କହିଲେ, ଜାଣନ୍ତୁ

ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସରେ ଭାରତକୁ ଝଟକା ଦେଇଛନ୍ତି!

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ ହାଉସରେ ପ୍ରଥମ ଥର କଂଗ୍ରେସକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ନିଜର ଦ୍ୱିତୀୟ କାର୍ଯ୍ୟକାଳର ସଂପୂର୍ଣ୍ଣ ପ୍ଲାନକୁ ଜାରି କରିଛନ୍ତି।

୨ ଏପ୍ରିଲରୁ ଲାଗୁ ହେବ ରେସିପ୍ରୋକାଲ ଟାରିଫ: ଟ୍ରମ୍ପ କହିଛନ୍ତି ଯେ, ସେ ୧ ଏଫିଲରୁ ରେସିପ୍ରୋକାଲ ଟାରିଫ ନିୟମକୁ ଲାଗୁ କରି ‘ଅଭିଯୁକ୍ତ’ ହେବାକୁ ଚାହୁଁନାହାନ୍ତି।

ସେ କହିଛନ୍ତି ଯେ, ମୁଁ ୧ ଏପ୍ରିଲରେ ଏହାକୁ ଲାଗୁ କରିବାକୁ ଚାହୁଁଥିଲି ହେଲେ ଏହି ଦିନ ଏପ୍ରିଲ ଫୁଲ୍ ଡେ। ଏହି ଦିନରେ ଆମର ବହୁତ ଟଙ୍କା ଖର୍ଚ୍ଚ ହେବ, ସେଥିପାଇଁ ଆମେ ଏହାକୁ ୨ ଏପ୍ରିଲରେ କରିବାକୁ ଯାଉଛୁ। ମୁଁ ବହୁତ ବଡ଼ ଅନ୍ଧବିଶ୍ୱାସୀ ବୋଲି ଟ୍ରମ୍ପ କହିଲେ।

ସେ ଆହୁରି କହିଛନ୍ତି, ଅନ୍ୟ ଦେଶମାନେ ଦଶନ୍ଧି ଧରି ଆମ ବିରୁଦ୍ଧରେ ଶୁଳ୍କ ବ୍ୟବହାର କରିଆସୁଛନ୍ତି ଏବଂ ବର୍ତ୍ତମାନ ଅନ୍ୟ ଦେଶମାନଙ୍କ ବିରୁଦ୍ଧରେ ବ୍ୟବହାର କରିବା ଆମର ପାଳି ବୋଲି ସେ କହିଛନ୍ତି।

ସେ ‘high tariff charges’ କୁ ଅତ୍ୟନ୍ତ ଅନ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଏପ୍ରିଲ 2 ରୁ ଏକ ରେସିପ୍ରୋକାଲ ଟାରିଫ ଲାଗୁ କରାଯିବ ବୋଲି କହିଛନ୍ତି।

ଟ୍ରମ୍ପ କହିଛନ୍ତି ” ୟୁଏଇ, ଚୀନ୍, ବ୍ରାଜିଲ, ଭାରତ, – ମେକ୍ସିକୋ, କାନାଡା ଏବଂ ଅଗଣିତ ଅନ୍ୟ ଦେଶ ଆମଠାରୁ ଅଧିକ ଶୁଳ୍କ ଆଦାୟ କରୁଛନ୍ତି। ଏହା ଅତ୍ୟନ୍ତ ଅନ୍ୟାୟ।” ଭାରତ ଆମଠାରୁ 100% ରୁ ଅଧିକ ଅଟୋ ଟାରିଫ ଆଦାୟ କରୁଛି ବୋଲି ଟ୍ରମ୍ପ କହିଛନ୍ତି।

ରେସିପ୍ରୋକାଲ ଟାରିଫ କଣ: ଏହା ଏକ ଟ୍ୟାକ୍ସ ବା ବଣିଜ୍ୟ ପ୍ରତିବନ୍ଧକ, ଯାହା ଗୋଟିଏ ଦେଶ ଅନ୍ୟ ଦେଶ ଦ୍ୱାରା କରାଯାଇଥିବା ସମାନ କାର୍ଯ୍ୟର ପ୍ରତିକ୍ରିୟାରେ ଅନ୍ୟ ଦେଶ ଉପରେ ଟିକସ ଲାଗୁ କରିଥାଏ।

ଆମେ ସହଜରେ ବୁଝିବା, ଯଦି ଆମେରିକା ଯେଉଁ ଜିନିଷକୁ ଭାରତକୁ ରପ୍ତାନୀ କରୁଛି ସେଥିରେ ଭାରତ ୨୫ ପ୍ରତିଶତ ରପ୍ତାନୀ ଶୁଳ୍କ ଚାର୍ଜ କରୁଛି। ଯଦି ଏହି ପରିସ୍ଥିତିରେ ଆମେରିକାକୁ ଭାରତ ରପ୍ତାନୀ କରୁଥିବା ଉତ୍ପାଦ ଉପରେ ଯଦି ଆମେରିକା ଠିକ୍ ସେହି ୨୫ ପ୍ରତିଶତକୁ ରପ୍ତାନୀ ଶୁଳ୍କ ଆଦାୟ କରିବ ତେବେ ଏହି ସମାନ ପ୍ରକ୍ରିୟାକୁ ରେସିପ୍ରୋକାଲ ଟାରିଫ କୁହାଯିବ।