ପୁଣି ଟ୍ରମ୍ପଙ୍କ ବଡ଼ ଘୋଷଣା; ଛାଡ଼ କରିଦେଲେ ଟାରିଫ୍! କାହିଁକି ହଠାତ୍ ଏ ନିଷ୍ପତ୍ତି, ଜାଣନ୍ତୁ ପୁରା ଖବର
ପୁଣି ଟ୍ରମ୍ପଙ୍କ ବଡ଼ ଘୋଷଣା । କିଛି ଦେଶଙ୍କୁ ଛାଡ଼ କରିଦେଲେ ଟାରିଫ୍ । କାହିଁକି ହଠାତ୍ ଏ ନିଷ୍ପତ୍ତି, ଜାଣନ୍ତୁ ପୁରା ଖବର ।
ୱାଶିଂଟନ: ଗତ କିଛି ମାସ ଧରି ଭାରତ-ଆମେରିକା ସମ୍ପର୍କରେ ଉତ୍ତେଜନା ଦେଖିବାକୁ ମିଳିଛି । ଯାହାର କାରଣ ହେଉଛି ବାଣିଜ୍ୟ ବିବାଦ। ଟ୍ରମ୍ପ ପ୍ରଶାସନ ଭାରତୀୟ ଉତ୍ପାଦଗୁଡ଼ିକ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି, ଯାହା ବାଣିଜ୍ୟ ଆଲୋଚନାକୁ ଅଟକାଇ ଦେଇଛି। ତେବେ ଏହା ମଧ୍ୟରେ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ସେ କିଛି ଦେଶଙ୍କୁ ଟାରିଫ ମାଡ଼ରୁ ମୁକ୍ତ କରିଛନ୍ତି ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ କାର୍ଯ୍ୟନିର୍ବାହୀ ଅଦେଶ ଜାରି କରିଛନ୍ତି, ଯାହା ଅଧୀନରେ ସୋମବାର (୮ ଅଗଷ୍ଟ, ୨୦୨୫) ଠାରୁ ସେହି ବାଣିଜ୍ୟିକ ଅଂଶୀଦାର ଦେଶମାନଙ୍କୁ ଶୁଳ୍କ ଛାଡ଼ ଦିଆଯିବ ଯେଉଁମାନେ ଆମେରିକା ସହିତ ଶିଳ୍ପ ରପ୍ତାନି ଉପରେ ଚୁକ୍ତି କରିବେ। ଏହି ଛାଡ଼ର ଲାଭ ବିଶେଷକରି ନିକେଲ, ସୁନା, ଫାର୍ମାସ୍ୟୁଟିକଲ କମ୍ପାଉଣ୍ଡ ଏବଂ ରାସାୟନିକ ପଦାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ଦିଆଯିବ। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱ ବାଣିଜ୍ୟ ବ୍ୟବସ୍ଥାକୁ ପୁନଃସଂଗଠିତ କରିବା, ଆମେରିକା ବାଣିଜ୍ୟ ନିଅଣ୍ଟ ହ୍ରାସ କରିବା ଏବଂ ବାଣିଜ୍ୟିକ ଅଂଶୀଦାରମାନଙ୍କୁ ଅଧିକ ସୌଦା କରିବା ପାଇଁ ପ୍ରୋତ୍ସାହିତ କରିବା।
ନୂତନ ଆଦେଶରେ କ’ଣ ବିଶେଷ ଅଛି?
ଟ୍ରମ୍ଫ ପ୍ରଶାସନର ଏହି ଆଦେଶ ଅନୁଯାୟୀ, ୪୫ ରୁ ଅଧିକ ବର୍ଗର ଜିନିଷ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଉପରେ ସହଯୋଗୀ ଅଂଶୀଦାରମାନେ ଶୂନ ଆମଦାନୀ ଶୁଳ୍କ ପାଇବେ। ଏହି ଅଂଶୀଦାରମାନେ ସେହି ଦେଶ ହେବେ ଯେଉଁମାନେ ଆମେରିକା ସହିତ ଏକ ଢାଞ୍ଚା ଚୁକ୍ତି ବା ଫେମୱାର୍କ ଚୁକ୍ତି ଉପରେ ସ୍ୱାକ୍ଷର କରିବେ ଏବଂ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ରେସିପ୍ରୋକଲ ଟାରିଫ ଏବଂ ଶୁଳ୍କ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେବେ। ଏହି ପଦକ୍ଷେପ ଜାପାନ, ୟୁରୋପୀୟ ସଂଘ (EU) ସମେତ ଆମେରିକାର ବିଦ୍ୟମାନ ସହଯୋଗୀ ଦେଶଗୁଡ଼ିକ ସହିତ ହୋଇଥିବା ଚୁକ୍ତିନାମା ସହିତ ମଧ୍ୟ ସମାନ। ଏହି ଛାଡ଼ଗୁଡ଼ିକ ସୋମବାର ରାତି 12ଟାରୁ କାର୍ଯ୍ୟକାରୀ ହେବ।
କେଉଁ ଜିନିଷଗୁଡ଼ିକୁ ଛାଡ଼ ମିଳିବ?
ହ୍ୱାଇଟ୍ ହାଉସ୍ ଅନୁଯାୟୀ, ଟାରିଫ ହ୍ରାସ ସେହି ଜିନିଷଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ ଯାହା ଆମେରିକାରେ ପ୍ରାକୃତିକ ଭାବରେ ଚାଷ, ଖଣି କିମ୍ବା ଉତ୍ପାଦିତ ହୋଇପାରିବ ନାହିଁ କିମ୍ବା ଯାହାର ଘରୋଇ ଉତ୍ପାଦନ ପର୍ଯ୍ୟାପ୍ତ ନୁହେଁ। ଏହି ଛାଡ଼ ହୋଇଥିବା ଜିନିଷଗୁଡ଼ିକ ମଧ୍ୟରେ ପ୍ରାକୃତିକ ଗ୍ରାଫାଇଟ୍, ବିଭିନ୍ନ ପ୍ରକାରର ନିକେଲ (ଯାହା ଷ୍ଟେନଲେସ୍ ଷ୍ଟିଲ୍ ଏବଂ ବୈଦ୍ୟୁତିକ ଯାନ ବ୍ୟାଟେରୀ ପାଇଁ ଆବଶ୍ୟକ), ଫାର୍ମାସ୍ୟୁଟିକଲ କମ୍ପାଉଣ୍ଡ ଯେପରିକି ଲିଡୋକେନ୍ ଏବଂ ଚିକିତ୍ସା ନିଦାନ ପରୀକ୍ଷା ପାଇଁ ରିଏଜେଣ୍ଟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ପାଉଡର, ପତ୍ର ଏବଂ ବୁଲିୟନ ଭଳି ସୁନାର ବିଭିନ୍ନ ଜିନିଷ ମଧ୍ୟ ଏହି ଛାଡ଼ରେ ଅନ୍ତର୍ଭୁକ୍ତ।