ନୂଆଦିଲ୍ଲୀ: ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଉପରେ ସାରା ବିଶ୍ୱର ନଜର ରହିଛି । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ମଧ୍ୟରେ ଚାଲିଛି ଜୋରଦାର ଲଢ଼େଇ । ତେବେ ଏହି ନିର୍ବାଚନ ଭାରତ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ । ତେଣୁ ଟ୍ରମ୍ପ-ହାରିସଙ୍କ ମଧ୍ୟରୁ କିଏ ଜିତିଲେ ଭାରତ ଉପରେ କି ପ୍ରଭାବ ପଡ଼ିବ, ଭାରତକୁ କ’ଣ ଫାଇଦା ମିଳିବା ତାହା ଜାଣିବା ନିହାତି ଜରୁରୀ । ବିଶେଷ କରି ଆମେରିକାର ନିର୍ବାଚନ ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଆମେରିକାର ୪୭ତମ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଭାରତୀୟ ବଂଶଜ କମଲା ହାରିସଙ୍କ ମା’ ଶ୍ୟଶମଲା ଗୋପାଲନ ହେଉଛନ୍ତି ତାମିଲନାଡ଼ୁର ବାସିନ୍ଦା । କମଲା ନିଜର ମା’ଙ୍କ ସହିତ ଅନେକ ଥର ଚେନ୍ନାଇରେ ଥିବା ନାନା ନାନାଙ୍କ ଘରକୁ ଆସିଥିଲେ । ତେବେ ଆମେରିକାର ଉପରାଷ୍ଟ୍ରପତି ରହିବା କାଳରେ ହାରିସ ଭାରତର ପ୍ରସଙ୍ଗରେ ଅଧିକ ରୁଚି ରଖିନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ କାଳରେ ହାରିସଙ୍କ ସହ ସାକ୍ଷାତ ହୋଇଥିଲା, ମାତ୍ର ଦୁହିଁଙ୍କ ମଧ୍ୟରେ କେମିଷ୍ଟ୍ରି ସେତେଟା ଜମି ନଥିଲା । ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ ଅନେକ ଘରୋଇ ପ୍ରସଙ୍ଗକୁ ନେଇ ଭାରତ ବିରୋଧ ମନ୍ତବ୍ୟ ଦେଇଥିଲେ । ଭାରତରେ ସଂଖ୍ୟାଲଘୁ ଓ ମାନବାଧିକାରକୁ ନେଇ ଆମେରିକୀୟ ମନ୍ତ୍ରୀମାନେ ଅନେକ ଥର ଏଠାକାର ଲୋକତନ୍ତ୍ର ଉପରେ ପ୍ରଶ୍ନ କରି ଆସିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଜମ୍ମୁ କଶ୍ମୀରକୁ ନେଇ ହାରିସ ବିବାଦୀୟ ବୟାନ ଦେଇଥିଲେ । ୨୦୧୯ରେ ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ସମାପ୍ତକୁ ନେଇ ସମ୍ବିଧାନର ଧାରା ୩୭୦କୁ ନିରସ୍ତ୍ର ନେଇ ହାରିସ କହିଥିଲେ, ‘କଶ୍ମୀବାସୀଙ୍କୁ ଏହା ମନେରଖିବାକୁ ହେବ, ଦୁନିଆରେ ସେମାନେ ଏକା ନୁହନ୍ତି । ଯଦି ଜରୁରୀ ପଡ଼େ, ତେବେ ଆମକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିବ ।’ ହାରିସ ଅଣପରମ୍ପରାଗତ ସ୍ରୋତ ବା ନବିନୀକରଣ ଶକ୍ତିକୁ ଗୁରୁତ୍ୱ ଦେବା ସପକ୍ଷରେ ରହିଛନ୍ତି । ତେଣୁ ସେ ଜିତିଲେ ଆମେରିକାଠାରୁ ଅତ୍ୟାଧୁନିକ ଟେକନିକ ସହଯୋଗ ମିଳିପାରେ, ଭାରତୀୟ ବଜାରରେ ସ୍ଥିରତା ଆସିପରେ । ଏଥିସହିତ ହାରିସ ଜିତିଲେ ଏହା ବଡ଼ ସମସ୍ୟା ହୋଇପାରେ ଯେ, ତାଙ୍କର ଉପରାଷ୍ଟ୍ରପତି ପଦର ପ୍ରାର୍ଥୀ ହେଉଛନତ୍ି ଟିମ୍ ବ୍ଲାଜ, ଯେ କି ଚୀନ ପ୍ରତି ନରମ ଆଭିମୁଖ୍ୟ ରଖିଥାନ୍ତି । ତେବେ ଇମିଗ୍ରେସନ ପ୍ରସଙ୍ଗରେ ହାରିସ ଭାରତକୁ ଫାଇଦା ଦେଇ ପାରନ୍ତି, ଯାହାଦ୍ୱାରା କି ଭାରତୀୟ ଆଇଟି କ୍ଷେତ୍ର ଲାଭାନ୍ୱିତ ହେବ । ଆମେରିକାର ଡେମୋକ୍ରାଟିକ ସରକାର ଏଚ-୧ବି ଭିସାକୁ ନେଇ ଭଲ କାମ କରୁଛନ୍ତି ।
ଅନ୍ୟପକ୍ଷରେ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳୟରେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କ ରହିଥିଲା । ଏହି ଦୁଇ ନେତା ଯେତେଥର ବି ସାକ୍ଷାତ କରିଛନ୍ତି, ଅତ୍ୟନ୍ତ ଯୋଶର ସହ ମିଶିଛନ୍ତି । ଟ୍ରମ୍ପ ଅନେକ ଥର ମୋଦୀଙ୍କୁ ପ୍ରଶଂସା କରିବା ସହ ନିଜର ବନ୍ଧୁ ଭାବେ ବର୍ଣ୍ଣନା କରିଥିଲେ । ଏପରି ସ୍ଥିତିରେ ଟ୍ରମ୍ପ ପୁନର୍ବାର ରାଷ୍ଟ୍ରପତି ହେଲେ ଭାରତରେ ଆଇଟି କମ୍ପାନୀଙ୍କ ପାଇଁ ରାସ୍ତା ଖୋଲିବାର ସମ୍ଭାବନା ରହିବ । ଭାରତ ବ୍ୟାପାରକୁ ନେଇ ଆମେରିକା ଚୀନ ସହ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି । ଟ୍ରଷ୍ଟ କ୍ଷମତାକୁ ଆସିଲେ ଚୀନ ଉପରୁ ଆମେରିକାର ନିର୍ଭରତା ହ୍ରାସ ହୋଇଯିବା ସହ ଭାରତକୁ ଫାଇଦା ମିଳିବ ।
ତେବେ ବାଇଡେନଙ୍କ ତୁଳନାରେ ଟ୍ରମ୍ପ ଭାରତର ଆଭ୍ୟନ୍ତରୀଣ ମାମଲରେ ଅଧିକ ହସ୍ତକ୍ଷେପ କରିବେ ବୋଲି ଅନେକ ମତ ଦେଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀଙ୍କୁ ନେଇ ବାଇଡେନ ସରକରା ଟିପ୍ପଣୀ ଦେଇଥିଲେ । ମାତ୍ର ଭାରତ ତାହାକୁ ଖାରଜ କରିଦେଇଥିଲା । ଏଥିସହିତ ଟ୍ରମ୍ପ ଆସିଲେ ଭାରତ ସହାୟତାରେ ଋଷ-ୟୁକ୍ରେନ ଯୁଦ୍ଧ ସମାପ୍ତ ହୋଇପାରେ । ସେ ଜିତିଲେ ଯୁଦ୍ଧ ବନ୍ଦ କରିଦେବେ ବୋଲି ଟ୍ରମ୍ପ ନିଜେ କହିସାରିଛନ୍ତି । ସେହିପରି ଟ୍ରମ୍ପ ଜିତିଲେ ପିଆଜ ଦର ସହିତ ସୁନା ଦରରେ ବିଶ୍ୱସ୍ତରରେ ଆମେରିକୀୟ ଡଲାର ସ୍ଥିତି ମଜବୁତ ହୋଇପାରେ । ଏହି କ୍ରମରେ ଅଶୋଧିତ ତୈଳ ଦର ହ୍ରାସ ହୋଇପାରେ । ତୈଳ ଦର ହ୍ରାସ ଘଟିବାର ସିଧା ଫାଇଦା ଭାରତକୁ ମିଳିବ । ତେବେ ହାରିସ ଜିତିଲେ ସୁଧ ହାର ହ୍ରାସ ହୋଇପାରେ ଓ ଆମେରିକୀୟ ଡଲାରରେ ସ୍ଥିରତା ଆସିପାରେ ବୋଲି ଅନେକ ବଜାର ବିଶ୍ଲେଷଣକାରୀ ମତ ଦେଇଛନ୍ତି ।