fbpx

ବ୍ୟାନ ହଟିବା ପରେ ଫେସବୁକ ଏବଂ ୟୁଟ୍ୟୁବକୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ , ଆସିଲା ତାଙ୍କର ପ୍ରଥମ ପୋଷ୍ଟ

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆକୁ ଫେରିଛନ୍ତି । ପ୍ରତିବନ୍ଧକ ହଟିବା ପରେ ପ୍ରାୟ ୨ ବର୍ଷ ପରେ ସେ ଫେସବୁକ୍ ଏବଂ ୟୁଟ୍ୟବ କୁ ଫେରି ତାଙ୍କର ପ୍ରଥମ ପୋଷ୍ଟ କରିଛନ୍ତି ।

ଶୁକ୍ରବାର ବିଳମ୍ବିତ ରାତିରେ ଫେସବୁକ୍ ଏବଂ ୟୁଟ୍ୟୁବ୍ ଆକାଉଣ୍ଟରେ ଟ୍ରମ୍ପ ତାଙ୍କର ପ୍ରଥମ ପୋଷ୍ଟ ଲେଖିଥିଲେ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୁଣି ଥର ଜିତିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଯଥାସମ୍ଭବ ଚେଷ୍ଟା କରୁଛନ୍ତି ବୋଲି ଜଣାପଡିଛି । କିଛି ମାସ ପୂର୍ବରୁ ଟ୍ରମ୍ପ ଟ୍ୱିଟର ଆକାଉଣ୍ଟକୁ ରି-ନିୟୁ କରାଯାଇଥିଲା।

କ୍ୟାପିଟାଲ ହିଲ ଦଙ୍ଗା ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବାରଣ କରାଯାଇଥିଲା। ବର୍ତ୍ତମାନ ଦୁଇ ବର୍ଷରୁ ଅଧିକ ସମୟ ଧରି ଏହି ପ୍ରତିବନ୍ଧକ ସାମ୍ନା କରିବା ପରେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ତାଙ୍କ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି, ତେଣୁ ସେ ସମ୍ପୂର୍ଣ୍ଣ ଆକ୍ଟିଭ ମୋଡରେ ଅଛନ୍ତି। ଟ୍ରମ୍ପ ତାଙ୍କର ପ୍ରଥମ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି – ମୁଁ ଫେରି ଆସିଛି। ଏଥି ସହିତ, ୟୁଟ୍ୟୁବରେ ୧୨ ସେକେଣ୍ଡର ଭିଡିଓ କ୍ଲିପ୍ ରେ ସେ ଫେରିଆସିଛି ବୋଲି କହିଥିଲେ ।

୭୬ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପଙ୍କ ଫେସବୁକରେ ୩୪ ନିୟୁତ ଫଲୋର୍ସ ଏବଂ ୟୁଟ୍ୟୁବରେ ୨.୬ ମିଲିୟନ ଫଲୋର୍ସ ଅଛନ୍ତି। କ୍ୟାପିଟାଲ ହିଲରେ ବିଦ୍ରୋହର କିଛି ଦିନ ପରେ ୬ ଜାନୁଆରୀ ୨୦୨୧ ରେ ଟ୍ରମ୍ପଙ୍କୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ବାରଣ କରାଯାଇଥିଲା।

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପରାଜୟକୁ ନେଇ କ୍ରୋଧିତ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟାଲ ହିଲ ଉପରେ ଆକ୍ରମଣ କରିଥିଲେ ବୋଲି କୁହାଯାଉଥିଲା । ଟ୍ରମ୍ପ ଦାବି କରିଥିଲେ ଯେ ତାଙ୍କଠାରୁ ରାଷ୍ଟ୍ରପତି ପଦ ଛଡାଇ ନିଆଯାଇଥିଲା ।

Get real time updates directly on you device, subscribe now.