fbpx

ଭାରତକୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ, ଯଦି ମୁଁ ୨୦୨୪ରେ…

ଓଡିଶା ଭାସ୍କର; ଦରଦାମକୁ ନେଇ ଏବେ ଭାରତର ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ବିରୋଧୀ ସମେତ ଅନେକ ଜଣ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରୁଛନ୍ତି । ତେବେ ଏହାରି ଭିତରେ ଭାରତକୁ ଏକ ବଡ଼ ବୟାନ ଦେଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କହିବାକୁ ଗଲେ ସେ ବୟାନ ନୁହେଁ ବରଂ ଭାରତକୁ ଏକ ଧମକ ଦେଇଛନ୍ତି । ଆମେରିକାର କିଛି ଉତ୍ପାଦ ଉପରେ ଭାରତ ଶୁଳ୍କ ଲଗାଇଥିବାରୁ ଏଥିରେ ନିଜର ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭାରତରେ ଆମେରିକାରେ ଉତ୍ପାଦିତ ହାର୍ଲେ ଡେଭିଡସନ୍ ମୋଟରବାଇକ୍ ଉପରେ ଭାରତ ସରକାର ତାରିଫ୍ ଲଗାଯିବା ପ୍ରସଙ୍ଗକୁ ଉଠାଇ କହିଛନ୍ତି ଯଦି ସେ ୨୦୨୪ରେ ରାଷ୍ଟ୍ରପତି ହୁଅନ୍ତି ତେବେ ଭାରତର ଉତ୍ପାଦ ଗୁଡିକୁ ଉପରେ ମଧ୍ୟ କଡା ଶୁଳ୍କ ଲଗାଇବେ ।

ସୂଚନା ମୁତାବକ, ଆମେରିକା ପାଖାପାଖି ୧୦୦ ଦେଶରୁ ଉତ୍ପାଦ ଆମଦାନୀ ଉପରେ ଶୁଳ୍କ ଲଗାଉନାହିଁ । ଫଳରେ ଆମେରିକା ସହ ଅନ୍ତରାଷ୍ଟ୍ରୀୟ ବ୍ୟାପାର ପାଇଁ ଅନ୍ୟ ରାଷ୍ଟ୍ରମାନେ ପ୍ରୋତ୍ସାହିତ ହେଉଛନ୍ତି । ୨୦୧୯ ରେ ଯେତେବେଳେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଥିଲେ ଭାରତର ଉଚ୍ଚ ଟ୍ୟାକ୍ସ କଟକଣାକୁ ନେଇ ଭାରତକୁ ‘ତାରିଫ୍ କିଙ୍ଗ’ ବୋଲି କହିଥିଲେ । ସେପଟେ ଭାରତ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସବୁବେଳେ ସୁସମ୍ପର୍କ ରଖୁଥିବା ଆମେରିକା ହଠାତ ଏଭଳି ଅସନ୍ତୋଷ ପ୍ରକାଶକୁ ନେଇ ସାଧାରଣରେ କିଛି ଚର୍ଚ୍ଚା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.