fbpx

ଗ୍ରୀଷ୍ମପ୍ରବାହ ଫେରିବା ପରେ କରନ୍ତୁନି ଏହିସବୁ ଭୁଲ: ଭୋଗିପାରନ୍ତି ଅନେକ ସମସ୍ୟା

Advertisement

ଓଡ଼ିଶା ଭାସ୍କର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ପେରିଛି ଗ୍ରୀଷ୍ମପ୍ରବାହ । ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ତାତି ଅସମ୍ଭାଳ ହୋଇଥିବା ବେଳେ ଅସହ୍ୟ ଗରମ ଅନୁଭୂତ ହେଉଛି । ଅନେକ ଲୋକଙ୍କ ପାଇଁ ଏହା ଖୁବ ବିପଦଜନକ ମଧ୍ୟ ହୋଇଥାଏ । କିଛି ସ୍ଥାନରେ ଅନେକ ଏହି ପ୍ରବଳ ଗ୍ରୀଷ୍ମପ୍ରବାହ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିପାରେ । ତେଣୁ ଶରୀରର ଯତ୍ନ ନେବା ନିହାତି ଆବଶ୍ୟକ ଏବଂ ଏଥିପ୍ରତି ସାବଦାନ ହେବା ମଧ୍ୟ ଆବଶ୍ୟକ । ଅସହ୍ୟ ଗରମରେ ସବୁଠାରୁ ଅଧିକ ବିପଦ ପାଲଟିଥାଏ ଡିହାଇଡ୍ରେସନ୍ ସମସ୍ୟା । ଯାହା ଫଳରେ ଅନେକ ସମୟରେ ଗ୍ରୀଷ୍ମପ୍ରବାହରେ ଡାଇରିଆ ଆଦି ରୋଗ ବ୍ୟାପିଯାଏ । ବିଶେଷ ନିଜର କିଛି ଅବହେଳା ଏବଂ ଭୁଲ ପାଇଁ ଏହି ସମସ୍ୟା ସୃଷ୍ଟି ହୋଇଥାଏ ।

ପରିବର୍ତ୍ତିତ ମୌସୂମୀରେ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଖରାରୁ ନିବୃତ୍ତ ରହିବାକୁ ଚେଷ୍ଟା କରନ୍ତୁ । ପ୍ରବଳ ଖରାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଯଦି କୌଣସି ସ୍ଥାନକୁ ଯିବା ଅତ୍ୟନ୍ତ ଆବଶ୍ୟକ ଥାଏ, ତେବେ ନିଜ ସାଥୀରେ ଛତା, ଟୋପି ଇତ୍ୟାଦି ନେଇ ଯାଇପାରିବେ । ସେହିପରି ଖରାରେ ଘରୁ ବାହାରୁ ଆସିବା ପରେ ମଧ୍ୟ କିଛିଟା କଥା ଉପରେ ଧ୍ୟାନ ଦେବା ଉଚିତ । ନଚେତ୍ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ଦେଖିବାକୁ ମିଳିପାରେ ।

ଖରାରେ ଆସି ଏସିରେ ବସିବା: ବାହାରୁ ପ୍ରବଳ ଖରାରେ ଫେରିବା ପରେ ଏସି ବା ଥଣ୍ଡାରେ ବସିଲେ ଖୁବ ଶାନ୍ତି ମିଳେ । କିନ୍ତୁ ଏହି କିଛି ମୁହୂର୍ତ୍ତର ଶାନ୍ତି ବା ଖୁସି ସ୍ୱାସ୍ଥ୍ୟ ପାଇଁ ଖୁବ ବିପଦ ସୃଷ୍ଟି କରିପାରେ । ଏହାଦ୍ୱାରା ଥଣ୍ଡା, କାଶ, ବାନ୍ତି ଇତ୍ୟାଦି ହୋଇପାରେ । ତେଣୁ ଖରାରେ ଆସିବା ବେଳେ କିଛି ସମୟ ପର୍ଯ୍ୟନ୍ତ ନିଜ ଶରୀରକୁ ସନ୍ତୁଳିତ କରି ରଖନ୍ତୁ । ଏହାପରେ ଏସି ବା କୁଲରରେ ବସିପାରିବେ ।

ଫ୍ରିଜରୁ ଥଣ୍ଡା ପାଣି ପିଇବା: ଅନେକ ସମୟରେ ଲୋକ ବାହାରେ ଖରାରେ ବୁଲିବା ବେଳେ ଆଇସକ୍ରିମ ଖାଇ ନିଅନ୍ତି ବା ଘରକୁ ଆସି ତୁରନ୍ତ ଫ୍ରିଜରୁ ଥଣ୍ଡା ପାଣି ପିଇ ଦେଇଥାନ୍ତି । ତେବେ ଏହି ଭୁଲ ସ୍ୱାସ୍ଥ୍ୟପକ୍ଷେ ବେଶ୍ କ୍ଷତି ପହଞ୍ଚାଇଥାଏ । ପ୍ରବଳ ଖରା ଯୋଗୁଁ ଶରୀରର ତାପମାତ୍ରା ଉଚ୍ଚ ସ୍ତରରେ ରହିଥାଏ, ଏହି ସମୟରେ ଥଣ୍ଡା ପାଣି ଖାଇବା/ପିଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ।

ଖରାରେ ଆସି ଗାଧୋଇବା: ଗରମ ଦିନରେ ଥଣ୍ଡା ପାଣିରେ ଗାଧୋଇବାକୁ ବେଶ୍ ମଜା ଲାଗିଥାଏ । କିନ୍ତୁ ଖରାରେ ଆସି ତୁରନ୍ତ ଗାଧୋଇବା ଭୁଲ କରନ୍ତୁ ନାହିଁ । ପ୍ରଥମେ ୩୦ ମିନିଟ ପର୍ଯ୍ୟନ୍ତ ରୁମ୍ ତାପମାତ୍ରାରେ ରୁହନ୍ତୁ ଏବଂ ଏହାପରେ ଗାଧୋଇବାକୁ ଯାଆନ୍ତୁ । ସେହିପରି ଖାଇବା ପରେ ମଧ୍ୟ ଗାଧୋଇବା ଏକ ଖରାପ ଅଭ୍ୟାସ ।

ଏହିସବୁ ଉପରେ ଧ୍ୟାନ ଦିଅନ୍ତୁ: ଗରମ ଦିନରେ ଶରୀରକୁ ହାଇଡ୍ରେଟ ରଖିବା ଆବଶ୍ୟକ । ସେଥିପାଇଁ ଯଥେଷ୍ଟ ପାଣି ପିଇବା ସହ ଥଣ୍ଡା ଏବଂ ଜଳୀୟ ଅଂଶରେ ଭରପୂର ଫଳ ବା ପନିପରିବା ଖାଇବା ଉଚିତ୍ । ସେହିପରି ବାହାରେ ମିଳୁଥିବା କାର୍ବୋଟେ ଡ୍ରିଙ୍କସ ବା ଆଇସକ୍ରିମ ଇତ୍ୟାଦିରୁ ମଧ୍ୟ ଦୂରେଇ ରୁହନ୍ତୁ । ଗରମ ଦିନର ତେଲଯୁକ୍ତ ଏବଂ ମସାଲାଯୁକ୍ତ ଖାଦ୍ୟରୁ ନିବୃତ୍ତ ରହିବା ସହ ହଜମ ହୋଇ ପାରୁଥିବା ଖାଦ୍ୟ ଖାଇବା ଉଚିତ ଏବଂ ଫାଇଭରଯୁକ୍ତ ଖାଦ୍ୟ ଖାଆନ୍ତୁ ।

Get real time updates directly on you device, subscribe now.