କାର୍ତ୍ତିକ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ

କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଶାସ୍ତ୍ର ଅନୁଯାୟୀ, ଏହି ମାସ ସଭିଁଙ୍କ ପାଇଁ ବେଶ ମହତ୍ତ୍ବପୂର୍ଣ୍ଣ ଅଟେ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ମାସ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ। ଏହି ମାସରେ ବହୁ ପର୍ବପର୍ବାଣି ମଧ୍ୟ ପାଳନ କରାଯାଏ। ତେବେ ଆସନ୍ତୁ ଜାଣିବା ଏହି ମାସରେ କେଉଁ କାର୍ଯ୍ୟ କରିବା ଅନୁଚିତ …

– ଏହି ମାସରେ କୌଣସି ଜୀବଜନ୍ତୁଙ୍କର ହତ୍ୟା କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ।

– ଏହି ମାସରେ କୌଣସି ବ୍ୟକ୍ତିଙ୍କ ସହ ଖରାପ ବ୍ୟବହାର କିମ୍ବା କାହାର ଅନିଷ୍ଟ କରିବା ଉଚିତ ନୁହେଁ।

– କାର୍ତ୍ତିକ ମାସରେ କୌଣସି ବ୍ୟକ୍ତିଙ୍କ ଓ ଗୁରୁଜନମାନଙ୍କର ଅପମାନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି।

– ଏହି ମାସରେ ମଦ୍ୟପାନ କରିବା ମଧ୍ୟ ଉଚିତ ନୁହେଁ।

– ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସମସ୍ତ ବୃକ୍ଷଲତାରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଏହି ମାସରେ ବୃକ୍ଷ ଲତାଙ୍କର କ୍ଷତି କରିବା ଉଚିତ ନୁହେଁ। ବୃକ୍ଷଲତାଙ୍କର କ୍ଷତି କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।