fbpx

ସଂକ୍ରମିକକୁ ନେଇ ଭୟ ଭିତ ହୁଅନି, ଓମିକ୍ରନ୍‌ ମୁକାବିଲା ପାଇଁ ଦିଲ୍ଲୀ ପ୍ରସ୍ତୁତ: କେଜ୍ରିୱାଲ

ନୂଆଦିଲ୍ଲୀ: କରୋନାର ନୂଆ ରୂପ ଓମିକ୍ରନ୍‌ ଭ୍ୟାରିଆଣ୍ଟକୁ ମୁକାବିଲା ପାଇଁ ଦିଲ୍ଲୀ ସରକାର ପ୍ରସ୍ତୁତ । ସୋମବାର ଏପରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଓମିକ୍ରନ୍‌ ମାମଲା ବଢ଼ୁଥିବାରୁ ଏଥିରେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି କେଜ୍ରିୱାଲ । ସେହିପରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରାନଯାଉ ବୋଲି ସେ କହିଛନ୍ତି ।

ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୨୪ଟି ଓମିକ୍ରନ୍‌ ମାମଲା ରେକର୍ଡ଼ କରାଯାଇଛି । ଏମାନଙ୍କ ମଧ୍ୟରୁ ହସ୍ପିଟାଲରୁ ୧୨ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି । ଅର୍ଥାତ ସେମାନେ ଓମିକ୍ରନ୍‌ ଭ୍ୟାରିଆଣ୍ଟରୁ ସୁସ୍ଥ ହୋଇଛନ୍ତି । ୧୨ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି । ବିଷେଶଜ୍ଞଙ୍କ କହିବା ଅନୁଯାୟୀ ଓମିକ୍ରନ୍‌ ଭ୍ୟାରିଆଣ୍ଟ ଅଧିକ ଶକ୍ତିଶାଳୀ ନୁହେଁ । ଏହା ମାଇଲଡ୍‌ କେଟାଗୋରୀରେ ଆସୁଛି । ଅର୍ଥାତ ଏହା ଅଧିକ ବିପଜ୍ଜନକ ନୁହେଁ । ଏଥିରେ ରୋଗୀ ହସପିଟାଲରେ ଆଡମିଶନ ହାର କମ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ନଗଣ୍ୟ ରହିଛି । ବିଷେଶଜ୍ଞଙ୍କ ଆକଳନକୁ ନେଇ ଏହା କହିଛନ୍ତି ଅରବିନ୍ଦ କେଜ୍ରିୱାଲ । ଏଥିସହ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦେବାକୁ ସେ କେନ୍ଦ୍ରକୁ ନିବେଦନ କରିଛନ୍ତି ।

ସେ କହିଛନ୍ତି ଯେ, ପ୍ରଥମେ ଆମେ ସ୍ୱାସ୍ଥ୍ୟ କର୍ମୀଙ୍କୁ ବୁଷ୍ଟର ଡୋଜ ଦେବା ଆବଶ୍ୟକ । ପରେ ଦିଲ୍ଲୀର ସମସ୍ତ ବାସିନ୍ଦାଙ୍କୁ ବୁଷ୍ଟର ଡୋଜ ଦିଆଯିବ ଉଚିତ । ରବିବାର ଦିଲ୍ଲୀରେ ୨୪ଘଣ୍ଟାରେ ଶହେରୁ ଅଧିକ କୋଭିଡ୍‌ ମାମଲା ରେକର୍ଡ଼ ହୋଛି । ୬ ମାସ ମଧ୍ୟରେ ଦୈନିନ ମାମଲାରେ ଏହା ହେଉଛି ସର୍ବାଧକ । ଗତ ଜୁନ୍‌ ୨୫ରେ ରାଜଧାନୀ ଦିଲ୍ଲୀରେ ୧୧୫ଟି ମାମଲା ରେକର୍ଡ଼ କରାଯାଇଥିଲା । ରାଜଧାନୀରେ ଆଜି ପୁଣି ଆଉ ଦୁଇ ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଓମିକ୍ରନ୍‌ ମାମଲା ୨୪ରେ ପହଞ୍ଚିଛି ।

Get real time updates directly on you device, subscribe now.