fbpx

‘Don’t talk to me’ ସ୍ମୃତିଙ୍କ ଉପରେ ବର୍ଷିଲେ ସୋନିଆ ଗାନ୍ଧୀ, ଦୁହିଁଙ୍କ ମଧ୍ୟରେ ହେଲା ଖୁବ୍ ଯୁକ୍ତିତର୍କ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀଙ୍କ ରାଷ୍ଟ୍ରପତି ଦ୍ରୌପଦ୍ରୀ ମୁର୍ମୁଙ୍କ ଉପରେ କରିଥିବା ଆପତ୍ତିଜନକ ଟିପ୍ପଣୀକୁ ନେଇ ସଂସଦରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏହି ମାମଲାରେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି। ସୋନିଆ ଗାନ୍ଧୀ ଏହି ମାମଲାରେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ଏହି ସମୟରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ସ୍ମୃତି ଇରାନୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି। ଏପରିକି ସୋନିଆ ଗାନ୍ଧୀ ସ୍ମୃତି ଇରାନୀଙ୍କୁ ‘Don’t talk to me’ ମଧ୍ୟ କହିଛନ୍ତି।

ଉଲ୍ଲେଖନୀୟ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ କହିଥିଲେ। ଏହାକୁ ନେଇ ବିଜେପି କଂଗ୍ରେସ ଏବଂ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଶାଣିତ ଶବ୍ଦରେ ସମାଲୋଚନା କରିଛି। ତାଙ୍କ ଦ୍ଵାରା ଭୁଲ୍ ହୋଇ ଯାଇଥିବା ପରେ କହିଛନ୍ତି ଅଧୀର ରଞ୍ଜନ ଚୌଧୁରୀ। ତାଙ୍କ ପାଟି ଖସି ଯାଇଥିଲା।

ସ୍ମୃତି ଇରାନୀ ସଂସଦରେ ଆଲୋଚନା ସମୟରେ ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନ ଉଲ୍ଲେଖ କରିଥିଲେ। ସେ କହିଛନ୍ତି କଂଗ୍ରେସ ଆଦିବାସୀ, ଗରିବ ଏବଂ ମହିଳା ବିରୋଧୀ। କଂଗ୍ରେସ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ଜଣେ ଆଦିବାସୀ ଏବଂ ଗରିବ ପରିବାରର ମହିଳାଙ୍କ ଅନାଦାର ଏବଂ ତାଙ୍କ ଗରିମା ଉପରେ ପ୍ରହାର କରି ସମ୍ବିଧାନକୁ ଅପମାନିତ କରିବାର ଅପଚେଷ୍ଟା କରାଯାଇଛି।

ସ୍ମୃତି ଇରାନୀଙ୍କ ବୟାନ ପରେ ଗୃହରେ ଖୁବ୍ ହଟ୍ଟଗୋଳ ହେବାରୁ ଗୃହକାର‌୍ୟ୍ୟ ସ୍ଥଗିତ ରଖାଯାଇଛି। ସୋନିଆ ଗାନ୍ଧୀ ଗୃହରୁ ବାହାରିବା ସମୟରେ ବିଜେପି ସାଂସଦ ସୋନିଆ ଗାନ୍ଧୀ ଇସ୍ତଫା ଇସ୍ତଫା ଦିଅନ୍ତୁ ନାରା ଦେଇଥିଲେ। ନାରାବାଜି ସମୟରେ ସୋନିଆ ଗାନ୍ଧୀ ଫେରି ଆସି ବିଜେପି ସାଂସଦ ରମା ଦେବୀଙ୍କ ନିକଟକୁ ଯାଇଥିଲେ। ସେ କହିଛନ୍ତି, ଏହି ମାମଲାରେ ଅଧୀର ରଞ୍ଜନ ଚୌଧୁରୀ କ୍ଷମା ମାଗି ସାରିଛନ୍ତି। ମୋର ନାମ କାହିଁକି ନିଆଯାଉଛି।

Get real time updates directly on you device, subscribe now.