fbpx
BSKY
BJD SHG SKY
BJD YOUTH SKY

ଆମେରିକାକୁ ଚେତାଇଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂ: ଭରସାଯୋଗ୍ୟ ନୁହେଁ ପାକିସ୍ତାନ, ଅସ୍ତ୍ରଶସ୍ତ୍ର ଦେବାର ଭୂଲ୍ ନକରନ୍ତୁ

ନୁଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦ କାହାକୁ ଅଛପା ନାହିଁ । ବର୍ତ୍ତମାନ ଆମେରିକାର ପ୍ରତିରକ୍ଷାମନ୍ତ୍ରୀ ଓଲିଉଡ ଅଷ୍ଟିନ ଭାରତ ଗସ୍ତରେ ଅଛନ୍ତି । ଏହି ଅବସରରେ ଆମେରିକାରୁ ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂ ଚେତାଇ ଦେଇଛନ୍ତି ଯେ, ସେ ଅସ୍ତ୍ରଶସ୍ତ୍ର ମାମଲାରେ ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ । ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ପାକିସ୍ତାନ ଆଦୌ ବିଶ୍ୱାସଯୋଗ୍ୟ ନୁହେଁ କାରଣ ଏହା ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର କରିପାରେ ଯାହା ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିପାରେ । ଆମେରିକା ଏବଂ ଭାରତ ରକ୍ଷାମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଦ୍ୱିପାକ୍ଷିକ ବୈଠରେ ରାଜନାଥ ସିଂ ଏହି ଚିନ୍ତାବ୍ୟକ୍ତ କରିଥିଲେ ।

ଆମେରିକାର ରକ୍ଷାମନ୍ତ୍ରୀ ଏବେ ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି । ତାଙ୍କର ଏହି ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୨୧ ଏବଂ ୨୪ରେ ଆମେରିକା ଗସ୍ତ ପୁର୍ବରୁ ହୋଇଛି । ଏହି ବୈଠକ ପୂର୍ବରୁ ରାଜନାଥ ସିଂଙ୍କ ଉପସ୍ଥିତିରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନଙ୍କୁ ଟ୍ରାଇ ସର୍ଭିସ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ସୂତ୍ରରୁ ପ୍ରକାଶ ଯେ ଏହି ସମୟରେ ଇଣ୍ଡୋ ପାସିଫିକ୍ ସମେତ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଭାରତର ପଡ଼ୋଶୀମାନଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଜଣେ ଅଧିକାରୀ କହିଛନ୍ତି ଯେ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଯନ୍ତ୍ରପାତି ସହ ପାକିସ୍ତାନକୁ ବିଶ୍ୱାସ ନକରିବାକୁ ଭାରତ ଆମେରିକାକୁ କହିଛି ।

Get real time updates directly on you device, subscribe now.