fbpx

ଏହି ମାସରେ ଜନ୍ମିତ ବ୍ୟକ୍ତି ଅନ୍ୟକୁ ପ୍ରଭାବିତ କରିବାରେ ବେଶ୍ ମାହିର, ପ୍ରେମ ସମ୍ବନ୍ଧରେ ବି ବେଶ୍ ସମ୍ବେଦନଶୀଳ

ଆଷାଢ ମାସ ହିନ୍ଦୁ ପଞ୍ଚାଙ୍ଗରେ ୪ର୍ଥ ମାସ ହୋଇଥାଏ । ଏହି ମାସ ଭଗବାନ ବିଷ୍ଣୁଙ୍କର ବହୁତ ପ୍ରିୟ ହୋଇଥାଏ । ଏହି ମାସରେ ଜନ୍ମିତ ଲୋକମାନେ ଅନ୍ୟକୁ ପ୍ରଭାବିତ କରିବାରେ ବେଶ୍ ମାହିର । ଏହି କ୍ରମରେ ଆଷାଢ ମାସରେ ଜନ୍ମିତ ଲୋକଙ୍କ ସ୍ୱଭାବ ଓ ସ୍ୱତନ୍ତ୍ରତା ବିଷୟରେ ଆସନ୍ତୁ ଜାଣିବା ।
ନିଜ ଇଚ୍ଛାରେ କାର୍ଯ୍ୟ କରନ୍ତି:
ଏହି ମାସରେ ଜନ୍ମିତ ଲୋକ ନିଜ ଇଚ୍ଛାରେ କାର୍ଯ୍ୟ କରିଥାନ୍ତି । ଏମାନେ ସର୍ବଦା ମସ୍ତ ବା ଫୁର୍ତ୍ତି ସ୍ୱଭାବର ହୋଇଥାନ୍ତି । ଏମାନେ ନିଜ ଆଚରଣରେ ଅନ୍ୟକୁ ପ୍ରଭାବିତ କରିବାରେ ମାହିର ।
ବୁଦ୍ଧିମାନ ଓ ପରିଶ୍ରମୀ:
ଆଷାଢରେ ଜନ୍ମିତ ଲୋକ ବୁଦ୍ଧିମାନ ଓ ବହୁତ ପରିଶ୍ରମୀ । ଅନ୍ୟମାନଙ୍କ ଠାରୁ ନିଜ କାମ କିପରି କରାଇ ନେଇହେବ ତାହା ଏମାନଙ୍କୁ ବେଶ୍ ଭଲ ଭାବରେ ଜଣା । ଏମାନେ ପ୍ରେମ ସମ୍ବନ୍ଧରେ ବେଶ୍ ସମ୍ବେଦନଶୀଳ ହୋଇଥାନ୍ତି ।
ବୁଲାବୁଲି କରିବାର ସଉକ:
ଆଷାଢ ମାସରେ ଜନ୍ମିତ ବ୍ୟକ୍ତ ଏକାକୀ ନୁହନ୍ତି ବରଂ ସାଙ୍ଗ ସାଥିଙ୍କ ସହ ବୁଲିବାକୁ ଅଧିକ ପସନ୍ଦ କରନ୍ତି । ଏମାନଙ୍କୁ ବିଭିନ୍ନ ନୂଆ ନୂଆ ସ୍ଥାନ ବୁଲି ଦେଖିବାକୁ ବେଶୀ ପସନ୍ଦ ଆସିଥାଏ । ବିଶେଷ କରି ଏମାନେ ପ୍ରାକୃତିକ ସ୍ଥାନ ବୁଲିବାକୁ ବେଶୀ ଭଲ ପାଆନ୍ତି । ଏହା ସହିତ ଏମାନେ ଧାର୍ମିକ ସ୍ଥଳ ଯାତ୍ରା କରିବାକୁ ବି ପସନ୍ଦ କରନ୍ତି ।
ଏମାନଙ୍କୁ ବୁଝିବା କଷ୍ଟ:
ଆଷାଢ ମାସରେ ଜନ୍ମିତ ଲୋକଙ୍କୁ ବୁଝିବା ଭାରି କଷ୍ଟ । ଏମାନଙ୍କୁ କେହି ସହଜରେ ବୁଝି ପାରନ୍ତି ନାହିଁ । ଏମାନଙ୍କର ମୁଡ୍ ସୁଇଙ୍ଗ ହୋଇଥାଏ । ଯେଉଁ କାରଣରୁ ଏମାନଙ୍କ ସ୍ୱଭାବ ବିଷୟରେ ପତ୍ତା ଲଗାଇବା ବହୁତ ମୁସ୍କିଲ ହୋଇଥାଏ ।
ବୁଝି ସୁଝି ନିଷ୍ପତ୍ତି ନିଅନ୍ତି:
ଏମାନେ ନିଜ ଜୀବନର ସବୁ ଦିଗର ହିସାବ ବେଶ୍ ଭଲ ଭାବରେ କରିଥାନ୍ତି । ଏମାନେ ଭଲ ଭାବେ ବୁଝି ବିଚାରି ସବୁ କ୍ଷେତ୍ରରେ ନିଷ୍ପତ୍ତି ନେଇଥାନ୍ତି । ଏମାନଙ୍କ ସ୍ୱଭାବ ଓ ଆଚରଣକୁ ବୁଝିବା ସହଜ ହୋଇ ନ ଥାଏ ।

Get real time updates directly on you device, subscribe now.