fbpx
BJD SKY
BJD SKY

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଜିଆରପି ଥାନାରେ ଏତଲା ; କାହା ନାଁରେ ହେଲା ମାମଲା ରୁଜୁ ?

BJD

ଭୁବନେଶ୍ୱର : ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଛି । ଏଥିରେ କାହାର ଭୁଲ ଏବଂ କାହା ନାଁରେ ମାମଲା ରୁଜୁ ହେବ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଉପୁଜିଥିବାବେଳେ ଆଜି ଜିଆରପି ଥାନରେ ଏକ ଏତଲା ହୋଇଛି । ବାଲେଶ୍ୱର ଜିଆର୍‌ପି ଥାନାର ଏସ୍‌ଆଇ ପପୁ ନାୟକଙ୍କ ନିଜ ପଟରୁ ଏହି ଏତଲା ଦାୟର କରିଛନ୍ତି । ରେଳ ବିଭାଗର ଦାୟିତ୍ୱହୀନତା ପାଇଁ ଏହି ଦୁର୍ଘଟଣା ଘଟିଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି । ଏତଲା ଆଧାରରେ ବାଲେଶ୍ୱର ଜିଆର୍‌ପି ଥାନାରେ ମାମଲା ରୁଜୁ ହୋଇଛି । ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪ରେ ମାମଲା ରୁଜୁ ହୋଇଛି । ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମାମଲା ରୁଜୁ କରାଯାଇ ଡିଏସ୍‌ପି ରଞ୍ଜିତ ନାୟକଙ୍କୁ ତଦନ୍ତ ପାଇଁ ଦାୟିତ୍ୱ ମିଳିଛି ।ଏହା ପୂର୍ବରୁ ମଧ୍ୟ ଜିଆରପି ଥାନାରେ ଏକ ମାମଲା ଦାୟର ହୋଇଥିଲା ।

ସୂଚନାଯୋଗ୍ୟ, ଜୁନ୍ ୨ ଶୁକ୍ରବାର କାଳ ରାତିରେ ବାଲେଶ୍ୱର ବାହାନଗାରେ ୩ଟି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ଆହତ ହୋଇଥିଲେ । ଆହତମାନେ ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର ଓ କଟକର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

Get real time updates directly on you device, subscribe now.