fbpx

ଫେକ କଲ୍ ଏବଂ ମେସେଜରୁ ମିଳିବ ମୁକ୍ତି! DoT ଦେଲା ପରାମର୍ଶ, କାମ ଦେବ ଏହି ତିନୋଟି ଷ୍ଟେପ

ନୂଆଦିଲ୍ଲୀ: ଡିପାର୍ଟମେଣ୍ଟ ଅଫ ଟେଲିକମୁନିକେସନ ୟୁଜର୍ସଙ୍କୁ ଧୋକା ଦେବା କଲ୍ ଏବଂ ମେସେଜରୁ ବର୍ତ୍ତିବା ପାଇଁ ସହଜ ପଦକ୍ଷେପ ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ଏହି ଉପାୟ ମାଧ୍ୟମରେ ଭବିଷ୍ୟତରେ ଫେକ କଲ ଏବଂ ମେସେଜ ନ ଆସିବା ପାଇଁ ଦୂରସଂଚାର ବିଭାଗ ଏପର୍ଯ୍ୟନ୍ତ ୧ କୋଟି ସିମ କାର୍ଡ ବ୍ଲକ କରିଦେଇଛନ୍ତି।

DoT ୟୁଜର୍ସଙ୍କୁ ଫେକ କଲ ଏବଂ ଏସଏମଏସରୁ ବଞ୍ଚିବା ପାଇଁ କିଛି ପରାମର୍ଶ ଦେଇଥିଲେ। ଗତ କିଛିଦିନ ହେବ ଫେକ କଲ ଏବଂ ମେସେଜ ମାଧ୍ୟମରେ ଆର୍ଥିକ ଠକେଇର ଘଟଣାମାନ ଖୁବ ଜୋରରେ ବଢୁଛି। ଏହି ସମସ୍ୟାର ନିୟନ୍ତ୍ରଣ ପାଇବା ପାଇଁ ସରକାର କଡା ନିୟମ ପ୍ରସ୍ତୁତ କରିଛନ୍ତି। କିଛି ମାସ ପୂର୍ବରୁ, ସରକାର ଏପରି ଫେକ କଲ ଏବଂ ମେସେଜର ରିପୋର୍ଟିଂ ପାଇଁ Chakshu ପୋର୍ଟାଲ ଲଞ୍ଚ କରିଥି୍େଲ ଏଥିସହ ଦୂରସଞ୍ଚାର ବିଭାଗ ଏବଂ ଟ୍ରାଇ ଟେଲିକମ ଅପରେଟର୍ସକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହା ଉପରେ ଲଗାମ ଲଗାଇବେ।

DoT ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ଫେକ କଲ ଏବଂ ମେସେଜର ରିପୋର୍ଟ କରିବାର ପରାମର୍ଶ ଦେଇଛି। ସେ ତିନୋଟି ସହଜ ପର୍ଯ୍ୟାରେ ଏହା କରିବାର ପ୍ରଣାଳୀ କହିଛି। ଏଥିପାଇଁ ଉପଭୋକ୍ତାଙ୍କୁ ସରକାରଙ୍କ Chakshu ପୋର୍ଟାଲ ବ୍ୟବହାର କରିବାକୁ ପଡିବ। ଏହି ପୋର୍ଟାଲ ଉପରେ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଦୂରସଞ୍ଚାର ବିଭାଗ ୧ କୋଟିରୁ ଅଧିକ ସିମ କାର୍ଡ ବ୍ଲକ କରିଦେଇଛି। ଯଦି ଆପଣଙ୍କୁ ମଧ୍ୟ ଫେକ କଲ ଆସୁଛି ତେବେ ସଙ୍ଗେସଙ୍ଗେ ସୂରସଞ୍ଚାର ବିଭାଗକୁ ଫେକ କଲ ଏବଂ ମେସେଜ ବିଷୟରେ ରିପୋର୍ଟ କରନ୍ତୁ। ଏହା କରିବା ଦ୍ୱାରା ୟୁଜର୍ସ ଠକାମୀର ଶିକାରରୁ ବଞ୍ଚିପାରିବେ।

Get real time updates directly on you device, subscribe now.