ଯୁବକଙ୍କ ମଳାଶୟରୁ ମିଳିଲା ୨ କେଜିର ଡମ୍ବଲ, କାଢ଼ିବାକୁ ଡାକ୍ତର ହୋଇପଡ଼ିଲେ ନୟାନ୍ତ, ଜାଣନ୍ତୁ କାରଣ

ସାଧାରଣତଃ ଆପଣ ଜିମରେ ଡମ୍ବଲ୍ସ ବ୍ୟବହାର ହେଉଥିବାର ଜାଣିଥିବେ କିନ୍ତୁ କରୋନା ପରଠାରୁ ଅଧିକାଂଶ ଲୋକେ ଘରେହିଁ ବ୍ୟାୟମ କରୁଛନ୍ତି ଫଳରେ ଅନେକ ଜିମ୍ ଉପକରଣ ଘରକୁ କିଣି ଆଣୁଛନ୍ତି । କିନ୍ତୁ ବ୍ରାଜିଲର ଡାକ୍ତରମାନେ ଜିମରେ ବ୍ୟବହାର ହେଉଥିବା ଡମ୍ବଲକୁ ଏଭଳି ସ୍ଥାନରୁ କାଢ଼ିଛନ୍ତି ଯାହାର କେହି କେବେ କଳ୍ପନା ବି କରିନଥିବେ । ଜଣେ ବ୍ୟକ୍ତିଙ୍କ ମଳାଶୟରୁ ଡାକ୍ତର ୨ କେଜିର ଏକ ଡମ୍ବଲ ବାହାର କରିଛନ୍ତି ଡାକ୍ତର ।

ଏକ ରିପୋର୍ଟ ଅନୁଯାୟୀ ବ୍ରାଜିଲର ମୁଆଉସରେ ରହୁଥିବା ଜଣେ ବ୍ୟକ୍ତି ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା । ଯେତେବେଳେ ଡାକ୍ତର ତାଙ୍କର ଏକ୍ସରେ କରିବାକୁ କହିଥିଲେ ସେ ଏଥିପାଇଁ ମନା କରିଥିଲା ଏବଂ ଏକ୍ସରେ ନ କରିବାକୁ ବାହାନା କରିବାକୁ ଲାଗିଥିଲା । ଶେଷରେ ଏକ୍ସ ହୋଇଥିଲା ଏବଂ ଯେତେବେଳେ ଡାକ୍ତର ଏହି ରିପୋର୍ଟ ଦେଖିଥିଲେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରିପୋର୍ଟରେ ଦେଖାଯାଇଥିଲା ଯେ ବ୍ୟକ୍ତିଙ୍କ ମଳାଶୟରେ ୨ କେଜିର ଡମ୍ବଲ୍ସ ଫସି ରହିଛି ।

ଇଣ୍ଟରନାସନାଲ ଜର୍ଣ୍ଣାଲ ଅଫ ସର୍ଜରୀ କେସ୍ ରିପୋର୍ଟରେ ଏହି ଖବରର ସୂଚନା ଦେଇଥିବା ଡାକ୍ତର ଏନା ଏଲିସା ଏବଂ ତାଙ୍କ ଟିମ୍ କହିଛନ୍ତି ଯେ ପ୍ରଥମେ ଟ୍ୱିଜର୍ସ ଜରିଆରେ ଡମ୍ବଲ୍ସକୁ କାଢ଼ିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ଡମ୍ବଲ୍ସର ଓଜନ କାରଣରୁ ତାହା ସମ୍ଭବ ହୋଇନଥିଲା । ଶେଷରେ ଡାକ୍ତର ହାତରେ ଡମ୍ବଲ୍ସକୁ କାଢ଼ିଥିଲେ । କୁହାଯାଉଛି ଯୁବକ ଜଣକ ସେକ୍ସ ଇଚ୍ଛା ମେଣ୍ଟାଇବା ପାଇଁ ଏଭଳି କରିଥିଲେ । ବଡ଼ କଥା ହେଉଛି ପ୍ରାୟ ୨ ଦିନ ପରେ ସେ ହସ୍ପିଟାଲରେ ଚିକିତ୍ସା ପାଇଁ ରାଜି ହୋଇଥିଲେ ।