CHARIDHAM

Video: ଏକା ସାଙ୍ଗରେ ୮୧ ଲୋକଙ୍କୁ ଆସିଲା ହାର୍ଟ ଆଟାକ: ମେଡିକାଲ ନୁହେଁ, ରାସ୍ତା ଉପରେ ହିଁ ଚିକିତ୍ସା କଲେ ଡାକ୍ତର 

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଏକ ଫେମସ୍ ଇଭେଣ୍ଟରେ ଡର୍ଜନ ଡର୍ଜନ ଲୋକଙ୍କୁ ଏକା ସାଙ୍ଗରେ ଆସିଛି ହୃଦଘାତ୍। ଖବର ପାଇ ରାଷ୍ଟ୍ରପତି ୟୁ ସୁକ-ୟେଔଲ ଘଟଣା ସ୍ଥଳକୁ କୁଇକ୍ ରେସପନ୍ସ ଟିମ୍‌କୁ ତୁରନ୍ତ ଆକ୍ସନ ନେବାକୁ କହିଥିଲେ। ତେବେ ଏହି ଘଟଣାକୁ ନେଇ ଦମକଳ ବାହିନୀ କହିଛି ଯେ, ଭାରି ଭିଡ଼ କାରଣରୁ ୮୧ ଲୋକଙ୍କୁ ନିଶ୍ୱସ ନେବାରେ ଅସୁବିଧା ହୋଇଥିଲା। ଯେଉଁ କାରଣରୁ ହୃଦଘାତ ପରି ସମସ୍ୟା ସୃଷ୍ଟି ହୋଇଥିଲା। କରୋନା ମହାମାରୀ ପରେ ପ୍ରଥମ ଥର ପାଇଁ ଲୋକେ ଆଉଟ୍‌ଡୋର୍ ନୋମାସ୍କ ହେଲିବନ କାର୍ଯ୍ୟକ୍ରମରେ ସେଲିବ୍ରେସନ୍ କରିବା ପାଇଁ ପ୍ରାୟ ଏକ ଲକ୍ଷ ଲୋକେ ସାମିଲ ହୋଇଥିଲେ।

ଏହି ଘଟଣା ସମୟର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲାଣି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ଭାରି ଭିଡ଼ ମଧ୍ୟରେ ଆପତ୍ତକାଳିନ ଚିକିତ୍ସକମାନେ ହୃଦଗାତ ଆସିଥିବା ଲୋକଙ୍କୁ ସିପିଆର ଦେଉଛନ୍ତି । ସୂଚନା ଅନୁସାରେ ରାଜଧାନୀ ସିଓଲ ରାସ୍ତା ପାଶଯର୍ବରେ ଅନେକ ଲୋକେ ଏକତ୍ରୀତ ହୋଇ ହେଲିବନ ସେଲିବ୍ରେସନ୍ କରୁଥିଲେ । ଏହି ସମୟରେ ଭିଡ଼ ଏତେ ବଢିଯାଇଥିଲା ଯେ, ଧାଁ ଧପଡ଼ ଆରମ୍ଭ ହୋଇଯାଇଥିଲା।

ସୂଚନାଯୋଗ୍ୟ ହେଲିବନ ବିଶ୍ୱର ଅନେକ ପାଶ୍ଚାତ୍ୟ ଦେଶରେ ପାଳନ କରାଯାଇଥାଏ । ତେବେ ବର୍ତ୍ତମାନ ଏହା ଅନେକ ଦେଶରେ ପାଳନ କରାଯାଉଛି । କୁହାଯାଏ ଯେ,ହେଲିବନ ରାତିରେ ଜହ୍ନ ନିଜ ଅବତାରରେ ଦର୍ଶନ ଦେଇଥାନ୍ତି ।