fbpx
BJD
BJD SKY
BJD SKY

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ରାଜ୍ୟସଭା ସାଂସଦ: କହିଲେ ବିଜେଡିର….

BJD

ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ରାଜ୍ୟସଭା ସାଂସଦ । ବିଜୁ ଜନତା ସଂସଦୀୟ ଦଳର ନେତା ଡକ୍ଟର ସସ୍ମିତ ପାତ୍ର ମାନ୍ୟବର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ମଙ୍ଗଳବାର ଉପରାଷ୍ଟ୍ରପତି ଭବନରେ ଭେଟିଛନ୍ତି ।

ଏହି ସାକ୍ଷାତକାରରେ ଡ଼.ପାତ୍ର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୂଯାୟୀ ରାଜ୍ୟସଭାରେ ବିଜେଡି କିପରି ଶୃଙ୍ଖଳିତ ଦଳ ଭାବରେ ରହିଆସିଛି ସେ ନେଇ ଅବଗତ କରାଇଥିଲେ । ଉପରାଷ୍ଟ୍ରପତି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ଉଚ୍ଚ ସମ୍ମାନ ଥିବା ଜଣାଇବା ସହ ପ୍ରଶଂସା କରିଥିଲେ । ଏହା ସହ ଉପରାଷ୍ଟ୍ରପତି ନବୀନ ପଟ୍ଟନାୟକ ଏବଂ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ଆଚରଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ଡକ୍ଟର ପାତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଉପରାଷ୍ଟ୍ରପତିଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ବିଜେଡି ତରଫ ରାଜ୍ୟସଭା ସୁରୁଖୁରରେ ପରିଚାଳନା ପାଇଁ ଦୃଢ଼ ସମର୍ଥନ କରିବ ଏବଂ ଓଡ଼ିଶାର ସ୍ୱାର୍ଥ ତଥା ରାଷ୍ଟ୍ର ଗଠନ ପାଇଁ ବିତର୍କ ତଥା ଆଲୋଚନା ଉପରେ ଧ୍ୟାନ ଦେବ ।

ଏହି ଅବସରରେ ଡକ୍ଟର ପାନ୍ର ବିଜୁ ପଟ୍ଟନାୟଙ୍କ ଉପରେ ଲିଖିତ “ଦି ଟଲ୍ ମ୍ୟାନ୍” ପୁସ୍ତକ ଉପରାଷ୍ଟ୍ରପତିଙ୍କୁ ଭେଟି ଦେଇଥିଲେ । ମାନ୍ୟବର ଉପରାଷ୍ଟ୍ରପତି ଏହି ପୁସ୍ତକ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

Get real time updates directly on you device, subscribe now.