fbpx

ଷ୍ଟାର ଦମ୍ପତି ବିବାଦ: ମାସକ ମଧ୍ୟରେ ଶାଶୂଘର ଛାଡ଼ିବେ ଅଭିନେତ୍ରୀ ବର୍ଷା

ନୂଆଦିଲ୍ଲୀ: ଓଲିଉଡ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଛି ନୂଆ ଅପଡେଟ୍ । ଦୀର୍ଘଦିନ ଧରି ଅନୁଭବ-ବର୍ଷାଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିବା ବେଳେ ପୂର୍ବରୁ ଦୁହିଁଙ୍କ ପକ୍ଷରୁ କୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା । ତେବେ ଅଭିନେତା ବର୍ଷା ଖୁବଶୀଘ୍ର ତାଙ୍କ ଶାଶୂଘର ଛାଡ଼ିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି ।

ବର୍ଷା ତାଙ୍କ ଶାଶୂଘର ଛାଡ଼ିବା ନେଇ ଏସଡିଜେଏମ କୋର୍ଟ ଦେଇଥିବା ନିଷ୍ପତ୍ତି କାଏମ ରହିଛି । ପୂର୍ବରୁ ଅନୁଭବଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଏସଡିଜେଏମ କୋର୍ଟ ଗ୍ରହଣ କରିବା ସହ ବର୍ଷା ଅନ୍ୟତ୍ର ରହିବା ପାଇଁ ଘରଭଡ଼ା ଦେବାକୁ କୋର୍ଟ କହିଥିଲେ । ଘରଭଡ଼ା ବାବଦକୁ ମାସିକ ୩୦ ହଜାର ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏସଡିଜେଏମଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ଜିଲ୍ଲା ଜଜ୍ କୋର୍ଟ ଯାଇଥିଲେ । ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲ୍ଲା ଜଜ୍ ସ୍ଥଗିତାଦେଶ ଦେଇଥିଲେ । ଶାଶୂଘର ଛାଡ଼ିବା ପାଇଁ ବର୍ଷା ଜିଲ୍ଲା ଜଜ କୋର୍ଟରେ ଜଣାଇବାରୁ ଏହି ମାମଲାର ଅନ୍ତ ଘଟିଛି । ଦୁହିଁଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ସୋସିଆଲ ମିଡ଼ିଆରେ କୌଣସି ପୋଷ୍ଟ ଶେୟାର ନ କରିବାକୁ କୋର୍ଟ ଉଭୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଭବଙ୍କ ଏକ ଭିଡିଓକୁ ନେଇ ବର୍ଷା ଚଳିତ ମାସରେ ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.