fbpx

ଡ୍ରୋନ୍ ସିଷ୍ଟମକୁ ନେଇ ପ୍ରସ୍ତୁତ ହେଲା ନୂଆ ନିୟମର ଡ୍ରାଫ୍ଟ, ୫ ଅଗଷ୍ଟ ଯାଏ ଦରକାର ନାଗରିକଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବାୟୁସେନା ଷ୍ଟେସନ୍ ଉପରେ ପାକିସ୍ତାନୀ ଡ୍ରୋନ୍ ଆକ୍ରମଣ ପରେ ସରକାର ସତର୍କ ହୋଇଛନ୍ତି । ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଡ୍ରୋନ୍ ରୁଲ୍ସ ୨୦୨୧ର ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଏହା ଉପରେ ଲୋକମାନଙ୍କ ପ୍ରତିକ୍ରିୟାର ଆବଶ୍ୟକତା ରହିଛି । ତେଣୁ ଏନେଇ ଲୋକ ମାନେ ନିଜ ନିଜ ପ୍ରତିକ୍ରିୟା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଦେଇପାରିବେ । ନାଗରିକ ଏହାକୁ ନେଇ କଣ ଭାବୁଛନ୍ତି କିମ୍ବା କଣ କରାଗଲା ଠିକ୍ ହେବ ଏବଂ ରିଲିଜ୍ କରାଯାଇଥିବା ଡ୍ରାଫ୍ଟ ରିପୋର୍ଟ ଠିକ୍ ଅଛି କି ନାହିଁ ସେନେଇ ଦେଶର ନାଗରିକ ନିଜର ମତ ରଖିବେ । ତେଣୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଅନ୍ତିମ ସମୟ ଦିଆଯାଇଛି ।

ସୂଚନାଯୋଗ୍ୟ, ଜମ୍ମୁ ବାୟୁସେନା ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପରେ କେନ୍ଦ୍ର ସରକାର ସକ୍ରିୟ ହୋଇଯାଇଛନ୍ତି । ଖାଲି ଜମ୍ମୁ ନୁହେଁ ବରଂ ସୀମାରେ ଥିବା ଅନେକ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଛି । ତେଣୁ ଏହାକୁ ନେଇ ଏବେ କେନ୍ଦ୍ର ସରକାରଙ୍କର ପ୍ରତିରକ୍ଷା ମନ୍ତ୍ରାଳୟ ସମ୍ପୂର୍ଣ୍ଣ ଭାବରେ ସକ୍ରିୟ ହୋଇଯାଇଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ଡ୍ରୋନ୍ ନିୟମକୁ ଆହୁରି କଠୋର କରିବାକୁ ନୁତନ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର ।

ସରକାରୀ ବରିଷ୍ଠ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଡ୍ରୋନ୍ ସହ ଜଡିତ ଥିବା ନିୟମକୁ ଆଧାର କରି ଡ୍ରୋନ୍ ଉତ୍ପାଦନକାରୀଙ୍କ ଠାରୁ ଏହାର ଉପଭୋକ୍ତାଙ୍କ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ମିଳିବ। ଏଥିସହିତ ବେଆଇନ୍ ଭାବରେ ଦେଶକୁ ଆସୁଥିବା ଡ୍ରୋନ୍ ଗୁଡିକ ନିୟମ ପାଳନ କରୁନାହାନ୍ତି ତେଣୁ ଏହାକୁ ଦୃଷ୍ଟିରେ ରଖି ନିୟମ ସବୁକୁ କଠୋର କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.