fbpx

କରୋନା ଆକ୍ରାନ୍ତ ଇଞ୍ଜିନିଅର, ଇକମୋ ଚିକିତ୍ସା ପାଇଁ ପରିବାର ଡହଳବିକଳ

ଭୁବନେଶ୍ୱର,ବାଲେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନାରେ ଆକ୍ରାନ୍ତ ହେବା ପରେ ଜଟିଳତା ବଢ଼ି ଯାଇଛି । ଶ୍ୱାସକ୍ରିୟାରେ ସ୍ୱାଭାବିକ ହୋଇପାରୁନି । ଫଳରେ ଜୀବନ ସହ ସଂଘର୍ଷ କରୁଛନ୍ତି ଇଞ୍ଜିନିଅର୍ । ଆଉ ତାଙ୍କୁ ଇକମୋ ଚିକିତ୍ସା ସେବା ଯୋଗାଇ ଦେବାକୁ ପରିବାର ଡହଳବିକଳ ହୋଇ ନିବେଦନ କରୁଛନ୍ତି । ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ ।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ବର୍ତ୍ତନା ପଞ୍ଚାୟତ ଗମ୍ଭାରିଆ ଗାଁର ମୃତ୍ୟୁଞ୍ଜୟ ପାତ୍ର । ଭୁବନେଶ୍ୱର ହାଉସିଂ ବୋର୍ଡର ସହକାରୀ ଯନ୍ତ୍ରୀ ଭାବେ ଚାକିରି କରନ୍ତି । ଗତମାସ ୧୦ ତାରିଖରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଳେ ଏବଂ ଭଦ୍ରକ ସ୍ଥିତ ନିଜ ଘରେ ଆଇସୋଲେସନ୍ରେ ରହିଥିଲେ । ୧୫ ତାରିଖ ବେଳକୁ ସମସ୍ୟା ବଢ଼ି ଯାଇଥିଲା ଏବଂ ତାଙ୍କୁ ଭଦ୍ରକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥା ସଂକଟ ଆଡ଼କୁ ଯିବାରୁ ୧୬ ତାରିଖରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । କିନ୍ତୁ ମୃତ୍ୟୁଞ୍ଜୟଙ୍କ ଫୁସ୍ଫୁସ୍ ୯୦ ପ୍ରତିଶତ ସଂକ୍ରମଣ ହୋଇସାରିଥିବାରୁ ତୁରନ୍ତ ଇକମୋ ଚିକିତ୍ସା କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । କିନ୍ତୁ ଏତେ ଟଙ୍କା କୋଉଠୁ ଆଣିବେ ବୋଲି ପରିବାର ଚିନ୍ତାରେ ପଡ଼ି ଯାଇଛନ୍ତି । ଯାହା କିଛି ଥିଲା ସବୁ ସାରିଦେଲେଣି । ତେଣୁ ସରକାର ହିଁ ଭରସା । ପରିବାର ଲୋକେ ଡହଳବିକଳ ହୋଇ ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । କୌଣସି ସଂସ୍ଥା ବା ଅନୁଷ୍ଠାନ ଏବଂ ବଦାନ୍ୟ ବ୍ୟକ୍ତି ବିଶେଷ ଚାହିଲେ ଫୋନ ପେ/ଗୁଗଲ ପେ ନମ୍ବର ୯୪୩୭୯୫୨୫୧(ସୁଜାତା ଜେନା) ଜରିଆରେ ସାହାଯ୍ୟ କରିବାକୁ ମୃତ୍ୟୁଞ୍ଜୟଙ୍କ ପରିବାର ନିବେଦନ କରିଛନ୍ତି ।

ECMO set up at AIIMS Bhubaneswar and treatment from next week

ଅନ୍ୟପକ୍ଷରେ ଭୁବନେଶ୍ୱର ଏମ୍ସରେ ଇକମୋ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ହୋଇସାରିଛି । ଏଥିପାଇଁ ବାହାର ରାଜ୍ୟକୁ ଆଉ ଦୌଡ଼ିବାକୁ ପଡ଼ିବନି ବୋଲି କୁହାଯାଇଛି । ଆସନ୍ତା ସପ୍ତାହରୁ ଏହି ଅତ୍ୟାଧୁନିକ ଚିକିତ୍ସାସେବା ଏମ୍ସ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.