fbpx

ବାହାରେ ଲକଡାଉନ୍ ତ ଘରେ ସାପ

ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଲାଗୁହୋଇଛି, ଯାହାକି ମେ ୩୧ରେ ସମାପ୍ତ ହେବ । ଏହାରି ମଧ୍ୟରେ ରାଜସ୍ଥାନର ରାଜଧାନୀ ଜୟପୁରରେ ଗୋଟିଏ ପରିବାର ଅଜବ ସମସ୍ୟାରେ ଫସିଛନ୍ତି । ଘରେ ୭ ଫୁଟର ଅଜଗର ପଶିଯିବାରୁ ପରିବାର ଲୋକ ନା ଘରେ ରହିପାରୁଛନ୍ତି ନା ବାହାରକୁ ଯାଇ ପାରୁଛନ୍ତି । ଅବଶ୍ୟ ଖବର ଦେବାର ୨ ଘଣ୍ଟା ପରେ ଉଦ୍ଧାରକାରୀ ଦଳ ଆସି ସାପଟିକୁ ଧରି ଜଙ୍ଗଲରେ ଛାଡିଦେଇଛନ୍ତି ।

ତେବେ ଖବର ମୁତାବକ, ଜୟପୁରର ଲାଲବାହାଦୁର ନଗର କଲୋନୀରେ ଡାକ୍ତର ସଞ୍ଜୀବ ମାଥୁର କିଛିଦିନ ହେବ ପରିବାର ସହ ଲକଡାଉନ ପାଳନ କରି ଘରେ ରହୁଥିଲେ । ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ କିଛିଟା କୋହଳ ହେବାରୁ ସେ ନିଜ କାରକୁ ସଫା କରିବାକୁ ଗ୍ୟାରେଜରେ ପହଞ୍ଚିଥିଲେ । କିନ୍ତୁ ଗ୍ୟାରେଜରେ ଏକ ୭ ଫୁଟ ଲମ୍ବର ଅଜଗରକୁ ଦେଖିବାକୁ ପାଇଥିଲେ । ପ୍ରଥମେ ତାଙ୍କୁ ଏହା ଏକ ଦଉଡି ଭଳି ମନେ ହେଉଥିଲା, କିନ୍ତୁ ହଲଚଲ ହେବାରୁ ସେ ସାପ ବୋଲି ଜାଣିଥିଲେ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ ।

Get real time updates directly on you device, subscribe now.