fbpx

ସମସ୍ତଙ୍କୁ ସ୍ଥାନ ଦେଇପାରିବି ନାହିଁ: ଉମରାନଙ୍କୁ ନେଇ ଏମିତି କହିଲେ ଦ୍ରାବିଡ

Advertisement

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ସିରିଜକୁ ଆଉ ମାତ୍ର ୨ ଦିନ ଅପେକ୍ଷା ରହିଛି । ଆସନ୍ତା ୯ ତାରିଖରୁ ଉଭୟ ଦେଶ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ତେବେ ଏହି ସିରିଜରେ ଜଣେ ନୂଆ ବୋଲରଙ୍କୁ ପାଇବ ଟିମ ଇଣ୍ଡିଆ । ଦୁଇ ନୂଆ ଚେହେରା ଭାବରେ ଉମରାନ ମଲିକ ଏବଂ ଅର୍ଶଦୀପ ସିଂହଙ୍କୁ ଦଳରେ ସ୍ଥାନ ମିଳିଛି । ତେବେ ଏମାନଙ୍କ ମଧ୍ୟରୁ ପ୍ଲେଇଙ୍ଗ ଇଲେଭେନରେ କିଏ ସ୍ଥାନ ପାଇବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏହି ସମୟରେ ଏହି ପ୍ରଶ୍ନର ଏକ ବଡ ବୟାନ ଦେଇଛନ୍ତି ଟିମର କୋଚ ରାହୁଲ ଦ୍ରାବିଡ ।

ଦ୍ରାବିଡ କହିଛନ୍ତି ଯେ, ମୁଁ ସବୁବେଳେ ନିରନ୍ତରତା ଉପରେ ବିଶ୍ୱାସ କରିଥାଏ । ଅର୍ଥାତ ଉମରାନ ମଲିକଙ୍କୁ ତାଙ୍କ ଡେବ୍ୟୁ ମ୍ୟାଚ ପାଇଁ କିଛି ଦିନ ଆହୁରି ଅପେକ୍ଷା କରିବାକୁ ପଡିବ ବୋଲି ସେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି । ଆମ ପାଖରେ ବଡ ଟିମ ରହିଛି, ତେଣୁ ସମସ୍ତଙ୍କୁ ପ୍ଲେଇଙ୍ଗ ୧୧ରେ ସୁଯୋଗ ଦେବା ଅସମ୍ଭବ । ତେବେ ଉମରାନଙ୍କୁ ଖେଳିବା ପାଇଁ କେତେ ସମୟ ଦିଆଯାଇ ପାରିବ ତାହା ମଧ୍ୟ ଦେଖିବାକୁ ପଡିବ ବୋଲି କହିଛନ୍ତି ।

ସେପଟେ ସନ୍ତୁଳନ ବଜାୟ ରଖିବା ପାଇଁ ଦଳରେ ଅଭିଜ୍ଞ ଖେଳାଳି ମଧ୍ୟ ରହିବା ଆବଶ୍ୟକ । ତେବେ ସିରିଜରେ ଭୁବନେଶ୍ୱର, ହର୍ଷଲ ଏବଂ ଆବେଶ ଖାନଙ୍କ ପରି ଖେଳାଳି ମଧ୍ୟ ଉପଲବ୍ଧ ଅଛନ୍ତି । ତେବେ ସମସ୍ତ ଖେଳାଳିଙ୍କୁ କିପରି ଉଚିତ ଭାବେ ଉପଯୋଗ କରି ହେବ ତା ଉପରେ ଗୁରୁତ୍ୱ ଦିଆଯିବ ।

Get real time updates directly on you device, subscribe now.