fbpx

ଡିଆରଡିଓ ତଥ୍ୟ ଲିକ୍ ଘଟଣା: ପାକିସ୍ତାନରୁ ଅଶ୍ଳୀଳ ଭିଡିଓ ଚାଟ୍!

ନୂଆଦିଲ୍ଲୀ: ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ସାମନାକୁ ଆସିଲା ସାଂଘାତିକ ତଥ୍ୟ । ଏହି ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତ ବିଦେଶୀ ମୁଦ୍ରା କାରବାର କରିଥିବା ସୂଚନା ମିଳିଛି । ଡିଆରଡିଓ କ୍ୟାମ୍ପସ ଏସବିଆଇ ଆକାଉଣ୍ଟରେ ଟଙ୍କା କାରବାର ହୋଇଥିବା ସୂଚନା ରହିଛି । ପାକ୍ ମହିଳାଙ୍କ ସହିତ ଅଶ୍ଳୀଳ ଭିଡିଓ କଲ୍ ଓ ଚାଟ୍ କରୁଥିଲେ ଏହି ଅଭିଯୁକ୍ତ ମାନେ । ଗିରଫ ହୋଇଥିବା ବସନ୍ତ ବେହେରା ପାକ୍ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲା । ସେମାନଙ୍କ ସହିତ ଅଶ୍ଳୀଳ ଚାଟ୍ ଓ ଭିଡିଓ କଲ୍ ମଧ୍ୟ କରୁ୍ଥିଲା । ବସନ୍ତ ମାଧ୍ୟମରେ ଅନ୍ୟ ଅଭିଯୁକ୍ତ ମାନେ ମହିଳାଙ୍କ ସହ ଯୋଡ଼ି ହୋଇଥିଲେ ବୋଲି ବିଶେଷ ସୁତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.