fbpx

ସଂସଦ ପାଇଁ ଡ୍ରେସ୍ କୋଡ୍: ଟି-ସାର୍ଟ, ଜିନ୍ସ, ସ୍ଲିଭଲେସ୍ ଟପ୍ ପିନ୍ଧି ଆସିପାରିବେନି ସାଂସଦ, ତାଳି ବଜାଇବା ପାଇଁ ବି ନାହିଁ ଅନୁମତି

ଲଣ୍ଡନ: ବ୍ରିଟିଶ ସାଂସଦ ମାନଙ୍କ ପାଇଁ ଡ୍ରେସ୍ କୋର୍ଡ ଲାଗୁ କରାଯାଇଛି । ସାଂସଦ ମାନେ ଏଣିକି ସଂସଦକୁ ଜିନ୍ସ, ଟି-ସାର୍ଟ, ସ୍ଲିଭଲେସ୍ ଟପ୍ ପିନ୍ଧି ଆସିପାରିବେ ନାହିଁ । ଖାଲି ସେତିକି ନୁହେଁ ସେମାନେ ଗୃହ ମଧ୍ୟରେ ତାଳି ବି ବଜାଇ ପାରିବେ ନାହିଁ । ଗ୍ରୀଷ୍ମ ଛୁଟି ସରିବା ପରେ ଆଜିଠାରୁ ଅର୍ଥାତ୍ ସୋମବାର ଠାରୁ ସଂସଦରେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ସାଂସଦ ମାନଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି ।

ସ୍ପିକର୍ ସାର୍ ଲର୍ଡସ୍ ହାୟଲ୍ ସାଂସଦ ମାନଙ୍କ ପାଇଁ ଲୋକସଭାରେ ଆଚରଣ ବିଧି ଓ କାର୍ଯ୍ୟଶୈଳୀ ନିୟମ ଅପଡେଟ୍ କରିଛନ୍ତି । ଯାହାଦ୍ୱାରା କୋଭିଡ୍ ସମୟରେ କରାଯାଇଥିବା ଅବହେଳାକୁ ଦୂର କରାଯାଇପାରିବ । ଏହି ପରିପ୍ରେକ୍ଷୀରେ ସାଂସଦ ମାନଙ୍କ ପାଇଁ ଡ୍ରେସ୍ କୋଡ୍ ଲାଗୁ କରିବା ସମ୍ପର୍କରେ ସ୍ପଷ୍ଟ କରାଯିବା ସହିତ ତାଳି ବଜାଇ ପାରିବେ ନାହିଁ ବୋଲି କହିଛନ୍ତି ହାୟଲ୍ ।

ସାଂସଦ ମାନଙ୍କ ପ୍ରୋଫେସନାଲ୍ ଆଉଟଫିଟ୍ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାୟଲ୍ କହିଛନ୍ତି ଯେ, ଜିନ୍ସ ଓ ଟି-ସାର୍ଟ ପ୍ରୋଫେସନାଲ୍ ଡ୍ରେସ୍ ନୁହେଁ । ତେଣୁ ଏସବୁ ପିନ୍ଧି ପାରିବେ ନାହିଁ । ଏଥିସହିତ କାଜୁଆଲ୍ ଶୁ’ ପିନ୍ଧିବା ଉପରେ ରୋକ୍ ଲଗାଯାଇଛି ଓ ପ୍ରୋଫେସନାଲ୍ ଶୁ’ ପିନ୍ଧିବାକୁ କୁହାଯାଇଛି ।

Get real time updates directly on you device, subscribe now.